ପ୍ଲାଷ୍ଟିକ୍ ବୋତଲ ଓ ଓମଫେଡ୍ ଜରି ଫେରାଇଲେ ଟଙ୍କା ଦେବେ ସରକାର

Aug 9, 2018 - 17:33
 148
ପ୍ଲାଷ୍ଟିକ୍ ବୋତଲ ଓ ଓମଫେଡ୍ ଜରି ଫେରାଇଲେ ଟଙ୍କା ଦେବେ ସରକାର
ଭୁବନେଶ୍ୱର, ୯/୮ (ସକାଳଖବର): ପରିବେଶ ସୁରକ୍ଷା ପାଇଁ ପ୍ଲାଷ୍ଟିକ୍ ବୋତଲ ଓ ଓମଫେଡ୍ ଜରି ସଂଗ୍ରହ କରାଯିବ । ଏଜେଂଟ ମାନଙ୍କ ଦ୍ୱାରା ଏଗୁଡିକୁ ସଂଗ୍ରହ କରାଯିବ । ଏହି ପ୍ଲାଷ୍ଟିକ୍ ବୋତଲ ଓ ଜରି ଫେରାଇଲେ ଟଙ୍କା ଦିଆଯିବ ବୋଲି ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତି ହୋଇଛି । ଗୁରୁବାର ଦିନ ସଚିବାଳୟ ଠାରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ପ୍ଲାଷ୍ଟିକ୍ ବୋତଲ ଜରିର ବ୍ୟବହାରରେ ପରିବେଶ ପ୍ରଦ୍ୟୁଷଣକୁ ନେଇ ଉଦବେଗ ପ୍ରକାଶ କରାଯାଇଥିଲା । ଏହାକୁ ନିୟନ୍ତ୍ରଣ କରିବାପାଇଁ ସେପ୍ଟେମ୍ବର ୧୫ ତାରିଖ ସୁଦ୍ଧା ପ୍ଲାଷ୍ଟିକ୍ ନିଷେଧ ପାଇଁ ନିୟମ ଅଣାଯିବ । ୨ ସପ୍ତାହ ମଧ୍ୟରେ ଆଇନ୍ ର ରୂପାୟନ ପାଇଁ ମୁଖ୍ୟ ଶାସନ ସଚିବ ନିଦେ୍ର୍ଧଶ ଦେଇଛନ୍ତି । ଓମଫେଡ୍ ଜରି ଓ ପାଣି ବୋତଲ ସଂଗ୍ରହ କରିବାପାଇଁ ଏଜେଂଟ ନିଯୁକ୍ତି କରିବାକୁ ନିଷ୍ପତି ହୋଇଛି । ଅଗଷ୍ଟ ଶେଷ ସୁଦ୍ଧା ଜନସାଧାରଣଙ୍କୁ ଏନେଇ ସୂଚନା ଦିଆଯିବ । ଏହା ଉପରେ ମତାମତ ରଖିବାକୁ ଜନସାଧାରଣଙ୍କୁ ୧୫ ଦିନ ସମୟ ଦିଆଯିବ ବୋଲି ଉକ୍ତ ବୈଠକରେ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ଶାସନ ସଚିବ ସୁରେଶ କୁମାର ମହାପାତ୍ର ପ୍ରକାଶ କରିଛନ୍ତି ।