ନୂଆ ଭାରତ ମୂଳରେ ଏକ ନାଗରିକ କୈନ୍ଦ୍ରିକ ସରକାର ରହିଛି : ପ୍ରଧାନମନ୍ତ୍ରୀ

Sep 2, 2019 - 07:18
 147
ନୂଆ ଭାରତ ମୂଳରେ ଏକ ନାଗରିକ କୈନ୍ଦ୍ରିକ ସରକାର ରହିଛି : ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, ୩/୮(ସକାଳଖବର): କୋଚିଠାରେ ଅନୁଷ୍ଠିତ ମାଲାୟାଲା ମନୋରମା ସମ୍ମେଳନ-୨୦୧୯ରେ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉଦବୋଧନ ଦେଇଛନ୍ତି । କେରଳର ଲୋକମାନଙ୍କୁ ଅଧିକ ସଚେତନ କରିବା ଏବଂ ଭାରତର ସ୍ୱାଧୀନତା ସଂଗ୍ରାମରେ ସହଯୋଗ କରିବା ଲାଗି ପ୍ରଧାନମନ୍ତ୍ରୀ ମାଲାୟାଲା ମନୋରାମାର ଯୋଗଦାନକୁ ପ୍ରଶଂସା କରିଥିଲେ । ନୁ୍ୟ ଇଣ୍ଡିଆର ମୂଳରେ ରହିଛି ସାମୂହିକ ଆକାଂକ୍ଷା ସମ୍ମେଳନର ବିଷୟବସ୍ତୁ -“ନୁ୍ୟ ଇଣ୍ଡିଆ” ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ବ୍ୟକ୍ତିଗତ ଆକାଂକ୍ଷା, ସାମୂହିକ ପ୍ରୟାସ ତଥା ଜାତୀୟ ପ୍ରଗତି ଲାଗି ଦାୟିତ୍ୱ ନେବାର ଭାବନା ନୁ୍ୟ ଇଣ୍ଡିଆର ମୂଳରେ ରହିଛି । ନୂତନ ଭାରତ ସହଭାଗୀ ଗଣତନ୍ତ୍ର, ନାଗରିକ କୈନ୍ଦ୍ରିକ ସରକାର ଏବଂ ନାଗରିକମାନଙ୍କ ସକ୍ରିୟତା ଉପରେ ଆଧାରିତ ବୋଲି ସେ ଜୋର ଦେଇ କହିଥିଲେ । ସେ କହିଥିଲେ ଯେ ନୂତନ ଭାରତ ଉତରଦାୟୀ ଜନସାଧାରଣ ଏବଂ ଉତରଦାୟୀ ସରକାରଙ୍କ ସମୟ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ନୂତନ ଭାରତର ଭାବନା କ୍ରୀଡ଼ା ଠାରୁ ଆରମ୍ଭ କରି ଷ୍ଟାର୍ଟଅପ ଇକୋ ସିଷ୍ଟମ ପର୍ଯ୍ୟନ୍ତ ଏବେ ବିଭିନ୍ନ କ୍ଷେତ୍ରରେ ଦୃଶ୍ୟମାନ ହେଉଛି । ସେ ଉଲ୍ଲେଖ କରିଥିଲେ ଯେ ଛୋଟ ସହର ଏବଂ ଗ୍ରାମାଂଚଳର ସାହସୀ ଯୁବକମାନେ ସେମାନଙ୍କ ଆକାଂକ୍ଷାକୁ ଉକ୍ରର୍ଷରେ ପରିଣତ କରି ଦେଶ ପାଇଁ ଗୌରବ ଆଣୁଛନ୍ତି । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ କହିଥିଲେ, “ଏହା ହେଉଛି ମୋ ପାଇଁ ନୂତନ ଭାରତର ଉତ୍ସାହ । ଏହା ଏପରି ଏକ ଭାରତ ଯେଉଁଠି ସାଙ୍ଗିଆ କୌଣସି ଗୁରୁତ୍ୱ ବହନ କରୁନାହିଁ । ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାର ସାମର୍ଥ୍ୟ ହିଁ ଏଠାରେ ଅଧିକ ଗୁରୁତ୍ୱ ରଖୁଛି । ଯେକୌଣସି ବ୍ୟକ୍ତି ହେଉ ପଛେ ଏହା ଏପରି ଏକ ଭାରତ ଯେଉଁଠି ଦୁର୍ନୀତି ଆଉ ଏକ ବିକଳ୍ପ ହୋଇନାହିଁ । ଏଠି କେବଳ ପ୍ରତିଦ୍ୱନ୍ଦ୍ୱିତା ହିଁ ଏକମାତ୍ର ସର୍ତ । ସେ ଜୋର ଦେଇ କହିଥିଲେ ଯେ ନୂତନ ଭାରତ ହେଉଛି ସମସ୍ତ ୧୩୦ କୋଟି ଭାରତୀୟଙ୍କ ସ୍ୱର । ଜନସାଧାରଣଙ୍କ ସ୍ୱର ଶୁଣିବା ଗଣମାଧ୍ୟମ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ ।