ନିର୍ବାଚନରେ ତ୍ରୁଟି : ୧୪ ପୋଲିଂ କର୍ମଚାରୀ ନିଲମ୍ବିତ

Apr 20, 2019 - 14:00
 146
ଭୁବନେଶ୍ୱର, ୧୯/୪(ସକାଳଖବର): ନିର୍ବାଚନ କାର୍ଯ୍ୟରେ ଅବହେଳା ପାଇଁ ୬ ଜଣ ପୋଲିଂ କର୍ମଚାରୀ ସସପେଣ୍ଡ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୩ ଜଣ ପ୍ରିଜାଇଡିଂ ଅଫିସର ଓ ୩ ଜଣ ସେକ୍ଟର ଅଫିସର ରହିଛନ୍ତି । ବରଗଡ ଜିଲ୍ଳାପାଳ ସମ୍ପୃକ୍ତ କର୍ମଚାରୀ ମାନଙ୍କୁ ସସପେଣ୍ଡ କରିଛନ୍ତି । ସସପେଣ୍ଡ ହୋଇଥିବା କର୍ମଚାରୀ ମାନେ ହେଲେ ୬୮ ନମ୍ବର ବୁଥ୍ ର ପ୍ରିଜାଇଡିଂ ଅଫିସର ଉମା ଶଙ୍କର ପାଣିଗ୍ରାହୀ ଓ ସେକ୍ଟର ଅଫିସର ମନୋରଂଜନ ପାଣିଗ୍ରାହୀ, ୨୩୫ ନମ୍ବର ବୁଥ୍ ର ପି୍ରଜାଇଡିଂ ଅଫିସର ପ୍ରିୟବ୍ରତ ସାହୁ ଓ ସେକ୍ଟର ଅଫିସର ପ୍ରଶାନ୍ତ ସେଠୀ ଏବଂ ୧୧୬ ନଂ ବୁଥ୍ ର ପ୍ରିଜାଇଡିଂ ଅଫିସର ରାତମ୍ ସେଠୀ ଓ ସେକ୍ଟର ଅଫିସର ପ୍ରଦୀପ ପ୍ରଧାନ । ସୂଚନାଯୋଗ୍ୟ ଯେ ଗତକାଲି ଅତାବିରାର ବୁଥ ନମ୍ୱର ୨୩୫ ଓ ବରଗଡ଼ର ବୁଥ ନମ୍ବର ୬୮ ସମେତ ୬ଟି ବୁଥ୍ ରେ ପୋଲିଂ ଅଫିସରଙ୍କ ତ୍ରୁଟି ଦେଖାଯାଇଥିଲା । ଭିଭିପାଟ୍ ମେସିନ୍ ପରିବର୍ତନ ବେଳେ କ୍ରସ୍ ରିପ୍ଲେସମେଂଟ ହୋଇଯାଇଥିଲା । ପୋଲିଂ କର୍ମଚାରୀଙ୍କ ତ୍ରୁଟି ଯୋଗୁଁ ବିଧାନସଭା ପାଇଁ ଉର୍ଦ୍ଧିଷ୍ଟ ମେସିନ୍ ଲୋକସଭା ପାଇଁ ଉର୍ଦ୍ଧିଷ୍ଟ ମେସିନ୍ ସହ ବଦଳ ହୋଇଯାଇଥିଲା । ତେଣୁ ସମ୍ପୃକ୍ତ ବୁଥ୍ ଗୁଡିକରେ ସାନି ମତଦାନ ପାଇଁ ସୁପାରିଶ କରାଯିବା ସହ ଦାୟୀ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗତକାଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଥିଲେ । ସେହିପରି ନୟାଗଡ଼ରେ ୮ଜଣ ପୋଲିଂ କର୍ମ·ରୀଙ୍କୁ ଶୁକ୍ରବାର ନିଲମ୍ବନ କରାଯାଇଛି । ମତଦାନ ବିଭ୍ରାଟ ଓ ଅନୁପସ୍ଥିତ ଥିବାରୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନୟାଗଡ଼ ଜିଲ୍ଲାପାଳ ଏନ. ଥିରୁମାଲା ନାଏକ ନିଲମ୍ବିତ କରିଛନ୍ତି । ଏଥିରେ ୨ ପ୍ରିଜାଇଡିଂ ଅଫିସର, ୨ ସେକ୍ଟର ଅଧିକାରୀ ଓ ୪ ପୋଲିଂ ଅଧିକାରୀ ସାମିଲ ଅଛନ୍ତି । ନୟାଗଡ଼ର ୨୧୦ ଓ ୨୨୨ ନମ୍ବର ବୁଥରେ ମତଦାନ ହୋଇ ପାରି ନ ଥିଲା । ଇଭିଏମ୍ ମେସିନ୍ ଅଦଳବଦଳରେ ତ୍ରୁଟି ପାଇଁ ୪ ଅଧିକାରୀ ନିଲମ୍ବିତ ହୋଇଥିବା ବେଳେ କାର୍ଯ୍ୟରେ ଯୋଗ ଦେଇ ନ ଥିବାରୁ ଅନ୍ୟ ·ରିଜଣଙ୍କୁ ନୟାଗଡ଼ ଜିଲ୍ଲାପାଳ ନିଲମ୍ବିତ କରିଛନ୍ତି ।