ନନ୍ଦନକାନନରେ ଫସି ରହିଛି ଜଙ୍ଗଲୀ ଦନ୍ତା ହାତୀ, ଜଗି ରହିଛନ୍ତି ବନ କର୍ମଚାରୀ

Feb 12, 2022 - 07:34
 45
ନନ୍ଦନକାନନରେ ଫସି ରହିଛି ଜଙ୍ଗଲୀ ଦନ୍ତା ହାତୀ, ଜଗି ରହିଛନ୍ତି ବନ କର୍ମଚାରୀ
ବାରଙ୍ଗ ୧୨।୨: ନନ୍ଦନକାନନରେ ଫସି ରହିଛି ଜଙ୍ଗଲୀ ଦନ୍ତା ହାତୀ । ନନ୍ଦନକାନନ ପଛ ପଟ ପାଚେରୀ ଭାଙ୍ଗି ପରିସରକୁ ପସିଥିଲା ଦନ୍ତା । ଟୟ ଟ୍ରେନ୍ ଧାରଣା ଉପରେ ଆସି ବୋଟ୍ ଘାଟ ପର୍ଯ୍ୟନ୍ତ ଯାଇ ସେଠାରୁ ବାଘ ସଫାରୀ ପଛପଟେ ଥିବା ହମିରା ଟାଙ୍କି ନିକଟରେ ଏବେ ରହିଛି । ତେବେ ନନ୍ଦନକାନନର ବିଶେଷ କ୍ଷୟକ୍ଷତି କରିନାହିଁ । ହାତୀକୁ ଘଉଡାଇବା ପାଇଁ ବନ କର୍ମଚାରୀ ଜଗି ରହିଛନ୍ତି ।