ଲମ୍ବିଲା ନକଲି ଡାକ୍ତରଙ୍କ ସ୍ତ୍ରୀ ତାଲିକା

Feb 24, 2022 - 08:17
 54
ଲମ୍ବିଲା ନକଲି ଡାକ୍ତରଙ୍କ ସ୍ତ୍ରୀ ତାଲିକା
ଭୁବନେଶ୍ୱର: ମାଟ୍ରିକ ଫେଲ ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ କଳାକାରନାମାର ଚିଠା ବନ୍ଦ ହେବାର ନା ଧରୁନି । ଦିନକୁ ଦିନ ତାଙ୍କ ବିରୋଧରେ ଅଭିଯୋଗର ତାଲିକା ବଢିବାରେ ଲାଗିଛି । ଆଉ ଏବେ ତାଙ୍କର ସ୍ତ୍ରୀ ତାଲିକା ମଧ୍ୟ ଲମ୍ବିଛି । କାରଣ ପୂର୍ବରୁ ତାଙ୍କର ୧୮ ଜଣ ସ୍ତ୍ରୀ ଥିବା ଅଭିଯୋଗ ହୋଇଥିବାବେଳେ ଏବେ ପୁଣି ଆଉ ଜଣେ ମହିଳା ତାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । ଗୌହାଟୀର ଜଣେ ମହିଳା ଡାକ୍ତର ତାଙ୍କ ବିରୋଧରେ ମହିଳା ଥାନାରେ ଅଭିଯୋଗ କରିଛନ୍ତି । ଜାଲ ପରିଚୟ ଦେଇ ରମେଶ ତାଙ୍କୁ ବିବାହ କରିଥିବା ସମ୍ପୃକ୍ତ ମହିଳା ଜଣକ ଅଭିଯୋଗ କରିଛନ୍ତି । ଖାଲି ସେତିକି ନୁହେଁ ୨୧ ଲକ୍ଷ ସହ ରମେଶଙ୍କ ଭଉଣୀଙ୍କୁ ନଣନ୍ଦ ପୁଟୁଳିରେ ସୁନା ଗହଣା ଦେଇଥିବା ସେ ଅଭିଯୋଗ କରିଛନ୍ତି । ବାହାଘରବେଳେ ନକଲି ଡାକ୍ତରଙ୍କ ଭଉଣୀ ଓ ଭିଣୋଇ ବି ଉପସ୍ଥିତ ଥିବା ସମ୍ପୃକ୍ତ ମହିଳା କହିଛନ୍ତି । ତେବେ ମହିଳା ଡାକ୍ତର ଓ ତାଙ୍କ ବାପା ଓ ଭାଇଙ୍କ ବୟାନ ରେକର୍ଡ କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି ।