ଟିକେଟ୍ ବଣ୍ଟନରେ ଅସନ୍ତୋଷ, ଝାରସୁଗୁଡ଼ା ଜିଲ୍ଲା ବିଜେପି ସଭାପତିଙ୍କ ଇସ୍ତଫା

May 9, 2022 - 06:03
 85
ଟିକେଟ୍ ବଣ୍ଟନରେ ଅସନ୍ତୋଷ, ଝାରସୁଗୁଡ଼ା ଜିଲ୍ଲା ବିଜେପି ସଭାପତିଙ୍କ ଇସ୍ତଫା
ଭୁବନେଶ୍ବର: ହଜମ ହେଲାନାହିଁ ଟିକେଟ ବଣ୍ଟା । ଦଳରୁ ମୁହଁ ଫେରାଇଲେ ସଭାପତି । ଝାରସୁଗୁଡ଼ା ଜିଲ୍ଲା ଈଔଚ ସଭାପତି ପଦରୁ ମଙ୍ଗଳ ସାହୁ ଇସ୍ତଫା ଦେଇଛନ୍ତି । ଏ ନେଇ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ପାଖକୁ ଇସ୍ତଫାପତ୍ର ପଠାଇଛନ୍ତି । ବ୍ରଜରାଜନଗନ ଉପନିର୍ବାଚନରେ ଟିକେଟ୍ ବଣ୍ଟନରେ ଅସନ୍ତୋଷ ପ୍ରକାଶ କରି ଇସ୍ତଫା ଦେଇଥିବା କହିଛନ୍ତି ମଙ୍ଗଳ ସାହୁ । ରବିବାର ବିଜେପି ପକ୍ଷରୁ ବ୍ରଜରାଜନଗର ଉପନିର୍ବାଚନ ଦଳୀୟ ପ୍ରାର୍ଥୀ ଭାବେ ରାଧାରାଣୀ ପଣ୍ଡା ନାମ ଘୋଷଣା କରିଥିଲା । ଏହା ପରେ ଖପ୍ପା ହୋଇଥିଲେ ବିଜେପି ଜିଲ୍ଳା ସଭାପତି । ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆଶାୟୀ ପ୍ରାର୍ଥୀ ଥିଲେ ମଙ୍ଗଳ ସାହୁ । ଅସନ୍ତୋଷ ପ୍ରକାଶ କରି ଇସ୍ତଫା ଜିଲ୍ଲା ବିଜେପି ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ମଙ୍ଗଳ ସାହୁ । ସେ ଏହି ଇସ୍ତଫା ପତ୍ର ରାଜ୍ୟ ସଭାପତି ସମୀର ମହାନ୍ତିଙ୍କୁ ଦେଇଛନ୍ତି ।ସେ ଲେଖିଛନ୍ତି, "ଦଳ ମୁରବୀହୀନ ହୋଇଯାଇଛି । ମୁଁ ୨୫ ବର୍ଷ ହେଲା ମଣ୍ଡଳ ସଭାପତିରୁ ଜିଲ୍ଲା ସାଧାରଣ ସମ୍ପାଦକ, କିଷାନ ମୋର୍ଚ୍ଚାର ରାଜ୍ୟ ସମ୍ପାଦକ କାର୍ୟ୍ୟ ସମ୍ପାଦନ କରି ଆସୁଥିଲେ ଓ ୩ ବର୍ଷ ହେଲା ଜିଲ୍ଲା ସଭାପତି ଭାବେ କାର୍ୟ୍ୟଭାର ଗ୍ରହଣ କରିଥିଲି । ମାତ୍ର ଏବେ ଅସହାୟ ମନେ କରୁଛି ।"