ଜାତୀୟ ରାଜପଥ ୫୫ର ମରାମତି ନିମନ୍ତେ ଚିଠି ଲେଖିଲେ ଜିଲାପାଳ

Aug 22, 2018 - 07:54
 158
ଅନୁଗୋଳ ,୨୨/୮ (ସକାଳଖବର): ଚଳିତ ଲଘୁଚାପ ଜନିତବର୍ଷାରେ ଜାତୀୟ ରାଜପଥ ୫୫ ଅନୁଗୋଳ-କଟକ ମଧ୍ୟରେ ଥିବା ନାଲକୋ ସିପିପି ଛକରେ ପାଣି ଜମି ରାସ୍ତା ନଷ୍ଟ ହୋଇ ଟ୍ରାଫିକ୍ ସମସ୍ୟା ସୃଷ୍ଟି ଓ ଯାତାୟତରେ ଘୋର ଅସୁବିଧା ହୋଇଛି । ଲଗାତାର ଭାବେ ପାଣି ଜମି ରହୁଥିବାରୁ ଏବଂ ନିଷ୍କାସନ ବ୍ୟବସ୍ଥା ନଥିବାରୁ ବହୁ ସଂଖ୍ୟାରେ ଖାଲ ସୃଷ୍ଟି ହୋଇ ଯାନବାହାନ ଚଳାଚଳ ବନ୍ଦ ରହିଛି । ଏହି ସମସ୍ୟା ପାଇଁ ଅନେକ ଦୁର୍ଘଟଣା ଗତ ଦୁଇ ତିନି ମାସ ହେବ ବାରମ୍ବାର ଘଟୁଛି । ରାସ୍ତାର ଉଭୟ ପାଶ୍ୱର୍ରେ ଶହ ଶହ ସଂଖ୍ୟାରେ ଗାଡ଼ି ଛିଡ଼ା ହୋଇଥିବାରୁ ଏହା ଉକôଟ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରୁଛି । ବିଭିନ୍ନ ସଂଗଠନର ପ୍ରତିନିଧି ଓ ସ୍ଥାନୀୟ ଗଣମାଧ୍ୟମ ଗୁଡ଼ିକ ଜାତୀୟ ରାଜପଥର ସଠିକ୍ ମରାମତି ଓ ପରିଚାଳନା ନିମନ୍ତେ ଜାତୀୟ ରାଜପଥ ପ୍ରାଧିକରଣଙ୍କ ଉଦେ୍ଧଶ୍ୟରେ ସ୍ୱର ଉତ୍ତୋଳନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଜିଲାପାଳ ଅନିଲ କୁମାର ସାମଲ ନିଜର ଅସନ୍ତୋଷ ପ୍ରକାଶ କରିବା ସହ ରାସ୍ତାର ମଧ୍ୟବାର୍ତ୍ତାକାଳୀନ ମରାମତି କାର୍ଯ୍ୟ ଓ ଜଳ ନିଷ୍କାସନ ବ୍ୟବସ୍ଥାକୁ ତ୍ୱାରାନ୍ୱିତ ଭାବେ କରିବାକୁ ଢେ଼ଙ୍କାନାଳ ଜାତୀୟ ରାଜପଥ ପ୍ରାଧିକରଣର ପ୍ରକଳ୍ପ ନିଦେ୍ର୍ଧଶକୁ ବାରମ୍ବାର ନିଦେ୍ର୍ଧଶ ଦେଇଛନ୍ତି । ଅନୁଗୋଳ ଉପଜିଲାପାଳ ବାସୁଦେବ ଶତପଥି ନାଲକୋ କର୍ତ୍ତୃପକ୍ଷ, ପୋଲିସ ଓ ଢେ଼ଙ୍କାନାଳ ଜାତୀୟ ରାଜପଥ ପ୍ରାଧିକରଣର ପ୍ରକଳ୍ପ ନିଦେ୍ର୍ଧଶକ ସହ ଅନେକ ଗୁଡ଼ିଏ ବୈଠକ ଡ଼ାକିଛନ୍ତି । ଜିଲା ପ୍ରଶାସନର ସମସ୍ତ ଉଦ୍ୟମ ସତ୍ତ୍ୱେ ଏଭଳି ଏକ ସମ୍ବେଦନଶୀଳ ଜନସାଧାରଣଙ୍କ ସମସ୍ୟାକୁ ଜାଣିଶୁଣି ଅବହେଳା ପ୍ରଦର୍ଶନ କରାଯାଉଛି । ଏତେ ସବୁ ଘଟଣା ଘଟିବା ପରେ ମଧ୍ୟ କୌଣସି ଆଖବ ଦୃଶିଆ ପଦକ୍ଷେପ କର୍ତ୍ତୃପକ୍ଷଙ୍କ ଦ୍ୱାରା ନିଆଯାଇନାହିଁ ନଷ୍ଟ ହୋଇ ଯାଇଥିବା ଏଭହି ରାସ୍ତାକୁ ତୁରନ୍ତ ମରାମତି କରିବା ନିମନ୍ତେ ଏକ ଫଳପ୍ରଦ ପଦକ୍ଷେପ ନେବାକୁ ଜିଲାପାଳ ପ୍ରକଳ୍ପ ନିଦେ୍ର୍ଧଶକୁ ନିଦେ୍ର୍ଧଶ ଦେଇଛନ୍ତି । ଆଞ୍ଚଳିକ ଅଧିକାରୀ ଓ ମୁଖ୍ୟ ସାଧାରଣ ପରିଚାଳକ ଉକ୍ତ ସ୍ଥାନକୁ ପରିଦର୍ଶନ କରି ବାରମ୍ବାର ଘଟୁଥିବା ଦୁର୍ଘଟଣା, ଟ୍ରାଫିକ ସମସ୍ୟା ଓ ଆଇନ ଶୃଙ୍ଖଳା ପରିସ୍ଥିତିକୁ ପ୍ରତିହତ କରିବା ପାଇଁ ତୁରନ୍ତ ଏକ ପ୍ରତିକାରକ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି । ଏହାଛଡ଼ା ଜିଲାପାଳ ବିଭାଗୀୟ ସଚିବଙ୍କ ସହ ଟେଲିଫୋନ ଯୋଗେ ଏହି ଭଳି ସମସ୍ୟାର ସମାଧାନ ନିମନ୍ତେ ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି । ଜିଲା ପ୍ରଶାସନ ତରଫରୁ ସ୍ୱତନ୍ତ୍ର ଭାବେ ଏହି ସମସ୍ୟାକୁ ଅନୁଧ୍ୟାନ କରିବା ସହ ରାସ୍ତା ମରାମତି ଓ ଜନ ନିଷ୍କାସନ କାର୍ଯ୍ୟକୁ କଡ଼ାକଡ଼ି ତଦାରଖ କରାଯାଉଛି ।