ଜଳେଶ୍ୱରରେ ଅପରାଜିତାଙ୍କ ରୋଡ୍ ସୋ

Apr 26, 2019 - 06:17
 145
ବାଲେଶ୍ୱର, ୨୫/୪(ସକାଳଖବର): ବିଜେପି ନେତ୍ରୀ ତଥା ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗି ଆଜି ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ନିର୍ବାଚନମଣ୍ଡଳୀରେ ନିର୍ବାଚନ ପ୍ରଚାର କରିଛନ୍ତି । ସେ ଡୋର୍ ଟୁ ଡୋର୍ ପ୍ରଚାର କରି ବିଜେପି ପ୍ରାର୍ଥୀଙ୍କୁ ଜିତାଇବାକୁ ନିବେଦନ କରୁଛନ୍ତି । ସେ ପ୍ରଥମେ ଜଳେଶ୍ୱର କାଳୀମନ୍ଦିରକୁ ଯାଇଥିଲେ । ମାଆଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପରେ ବଳରାମପୁରରୁ ରୋଡ ସୋ ମାଧ୍ୟମରେ ବାଲେଶ୍ୱର ବିଜେପି ସାଂସଦ ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗି ଓ ଜଳେଶ୍ୱର ବିଧାୟକ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଭିକ୍ଷା କରିଥିଲେ ଅପରାଜିତା ।