ଜଙ୍ଗଲ ମନ୍ତ୍ରୀଙ୍କ ମନ୍ତବ୍ୟ ନେଇ ସାତକୋଶିଆ ଅଧିବାସୀ କ୍ଷୁବ୍ଧ

Sep 15, 2018 - 18:07
 179
ଜଙ୍ଗଲ ମନ୍ତ୍ରୀଙ୍କ ମନ୍ତବ୍ୟ ନେଇ ସାତକୋଶିଆ ଅଧିବାସୀ କ୍ଷୁବ୍ଧ
ଅନୁଗୋଳÿ, ୧୫/୯ (ସକାଳଖବର): ସାତକୋଶିଆ ଅଭୟାରଣ୍ୟ ଅନ୍ତର୍ଗତ ହାତୀବାରୀ ଗାଁର କୈଳାସୀ ଗଡ଼ନାୟକ ବାଘୁଣୀ ସୁନ୍ଦରୀ ଆକ୍ରମଣରେ ମୃତ୍ୟୁ ବରଣକୁ ନେଇ ସାରା ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି । ମାତ୍ର ରାଜ୍ୟ ଜଙ୍ଗଲ ବିଭାଗ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଗତକାଲି ଗଣମାଧ୍ୟମରେ ଦେଇଥିବା ମନ୍ତବ୍ୟ ନିଆଁରେ ଘିଅ ଢ଼ାଳିବା ସଦୃଶ୍ୟ ବୋଲି ସାତକୋଶିଆ ପ୍ରଜା ସୁରକ୍ଷା ସମିତି ଅଭିଯୋଗ କରିଛି । ମନ୍ତ୍ରୀ ଶ୍ରୀ ରାଉତରାୟ ବାସ୍ତବରେ ବାଘୁଣୀ ଆକ୍ରମଣରେ ମହିଳା ମୃତ୍ୟୁ ବରଣ କରିଛି କି ନାହିଁ ବ୍ୟବଚ୍ଛେଦ ରିପୋଟ ଆସିବା ପରେ ପ୍ରମାଣ ଜଣାପଡ଼ିବ ବୋଲି ପ୍ରକାଶ କରିଥିଲେ । ଯାହାକି ଏହି ମନ୍ତବ୍ୟ ଘଟଣାକୁ ଭିନ୍ନ ମୋଡ଼ ଦେବା ପାଇଁ ଅପଚେଷ୍ଟା କରାଯାଉଛି ବୋଲି ପ୍ରଜା ସୁରକ୍ଷା ସମିତିର ସଭାପତି ଜନାର୍ଦ୍ଧନ ସାହୁ ସମାଲୋଚନା କରିଛନ୍ତି । ଏବଂ ସଭାପତି ଶ୍ରୀ ସାହୁ କହିଛନ୍ତି ଯେ, ଜିଲା ପ୍ରଶାସନ ଏବଂ ମନ୍ତ୍ରୀଙ୍କ ଦୁଇ ଫାଙ୍କିଆ କଥା ଅଞ୍ଚଳବାସୀଙ୍କୁ ମର୍ମାହତ କରିଛି । ବନ ବିଭାଗ ଓ ଜିଲା ପ୍ରଶାସନ ବାଘୁଣୀ ମାରିବା ଘଟଣାକୁ ସ୍ୱିକାର କରିଥିବା ବେଳେ ମନ୍ତ୍ରୀ ଶ୍ରୀ ରାଉତରାୟଙ୍କ ମନ୍ତବ୍ୟ ଅତ୍ୟନ୍ତ କଷ୍ଟ ଦାୟକ ବୋଲି ପ୍ରକାଶ କରିଛନ୍ତି । ପ୍ରକାଶ ଯେ, ବନ ବିଭାଗ ଏନ୍ଟିସିଏର ଗାଇଡ଼ ଲାଇନକୁ ସମ୍ପୂର୍ଣ୍ଣ ଉଲଘଂନ କରି ସାତକୋଶିଆରେ ବାଘ ଛାଡ଼ିଛି । ବାଘ ଛାଡ଼ିବା ପୂର୍ବରୁ ସ୍ଥାନୀୟ ଅଧିବାସୀଙ୍କୁ ସୂଚନା ପ୍ରଦାନ କରିବା ସହ ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରସାରଣ କରିବା ନିୟମ ରହିଛି । ମାତ୍ର ବନ ବିଭାଗ ବାଘ ଛାଡ଼ିବା ନେଇ ଗଣାଧ୍ୟମକୁ ସଂପୂର୍ଣ୍ଣ ଆଡେ଼ଇ ଦେଇଥିବାବେଳେ ସାତକୋଶିଆ ଅଞ୍ଚଳବାସୀଙ୍କୁ ମଧ୍ୟ କୌଣସି ପ୍ରକାର ସୂଚନା କିମ୍ବା ସଚେତନତା ସଂପର୍କରେ ଅବଗତ କରାଯାଇନାହିଁ । ଯାହାକି ଏହି ଘଟଣା ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ବନ ବିଭାଗର ଅପରଗତା ଯୋଗୁଁ ଆଜି ସାତକୋଶିଆ ଅଭୟାରଣ୍ୟ ଅଞ୍ଚଳରେ ଯାହା କ୍ଷୟକ୍ଷତି ହୋଇଛି ସେଥିପାଇଁ ଖୁଦ ବନ ବିଭାଗ ଦାୟୀ ବୋଲି ପ୍ରଜା ସୁରକ୍ଷା ସମିତି ଅଭିଯୋଗ କରିଛି । ଏ ସଂପର୍କରେ ପ୍ରାକ୍ତନ ରାଜ୍ୟ ସଭା ସାଂସଦ ତଥା ଭାଜପାର ବରିଷ୍ଠ ନେତା ରୁଦ୍ର ନାରାୟଣ ପାଣି ବନ ବିଭାଗ ଓ ରାଜ୍ୟ ସରକାରଙ୍କର ଜନ ବିରୋଧୀ ଦୃଷ୍ଟି କୋଣକୁ ନେଇ ତୀବ୍ର ନିନ୍ଦା କରିଛନ୍ତି ।