ଚମ୍ପୁଆ ଆସନରୁ ମୀନାକ୍ଷୀ ମହାନ୍ତଙ୍କୁ ପ୍ରାର୍ଥୀ କଲା ବିଜେଡି

Apr 5, 2019 - 04:40
 131
ଚମ୍ପୁଆ ଆସନରୁ ମୀନାକ୍ଷୀ ମହାନ୍ତଙ୍କୁ ପ୍ରାର୍ଥୀ କଲା ବିଜେଡି
ଭୁବନେଶ୍ୱର, ୦୪/୪(ସକାଳଖବର): କେନ୍ଦୁଝର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚମ୍ପୁଆ ବିଧାନସଭା ଆସନ ପାଇଁ ମୀନାକ୍ଷୀ ମହାନ୍ତଙ୍କୁ ବିଜେଡି ପ୍ରାର୍ଥୀ କରିଛି । ତୃତୀୟ ପର୍ଯ୍ୟାୟରେ ଅର୍ଥାତ୍ ୨୩ ତାରିଖରେ କେନ୍ଦୁଝର ଲୋକସଭା ଓ ଏହା ଅଧୀନରେ ଥିବା ୭ଟି ବିଧାନସଭା ଆସନ ପାଇଁ ମତଦାନ ହେବ । ଏଥିପାଇଁ ଆଜି ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ହୋଇଥିବା ବେଳେ ବିଜେଡି ଶେଷ ମୁହୁର୍ତରେ ଚମ୍ପୁଆ ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ମୀନାକ୍ଷୀ ପୂର୍ବରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ହୋଇଥିଲେ । ଚମ୍ପୁଆ ପାଇଁ ପ୍ରାର୍ଥୀ ଦେବା ପରେ ବିଜେଡି ମୋଟ ୧୪୫ଟି ଆସନ ପାଇଁ ନାଁ ଘୋଷଣା କରି ସାରିଛି । ତେବେ ଦଳ ଏଯାବତ କେନ୍ଦ୍ରାପଡ଼ା ଏବଂ ବାରିପଦା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ ।