ଗଛକୁ ପିଟିଲା ବାଇକ୍ ୧ ମୃତ ; ୧ ଗୁରୁତର

Sep 21, 2018 - 17:16
 202
ଅନୁଗୋଳ, ୨୧/୯ (ସକାଳଖବର): ଜରପଡ଼ା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର ମରାତିରାଠାରେ ଆଜି ଅପରାହ୍ନ ବେଳେ ଏକ ବାଇକରେ ୨ ଜଣ ଆସୁଥିବାବେଳେ ଗଛ ଝଡ଼ ବର୍ଷାରେ ପଡ଼ିଥିବା ଗଛରେ ଧକ୍କା ହୋଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆଉ ଜଣେ ଚିକିସôା ପାଇଁ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ପ୍ରକାଶ ଯେ, ବଡ଼କେରଜାଙ୍ଗଠାରେ ରହୁଥିବା ଆଶିଶ କୁମାର ଓ ଧର୍ମନ୍ଦ୍ର ସାହୁ ଉଭୟ ୭ଟା ବେଳେ ଜାତୀୟ ରାଜପଥ ଦେଇ ଆସୁଥିବା ବେଳେ ମରାତିରା ଠାରେ ରାସ୍ତାରେ ପଡ଼ିଥିବା ଗଛ ସହ ବାଡେ଼ଇ ହୋଇଥିଲେ । ଯଦ୍ୱାରା ଘଟଣାସ୍ଥଳରେ ଆଶିଶ କୁମାର (୨୫) ମୃତ୍ୟୁବରଣ ହୋଇଥିବାବେଳେ ଧର୍ମେନ୍ଦ୍ର ଗୁରୁତର ଆହତ ହୋଇ ତଳେ ପଡ଼ିଯାଇଥିଲେ । ଖବର ପାଇ ପୋଲିସ ୧୦୮ ଆମ୍ବୁଲାନ୍ସ ଯୋଗେ ଗୁରୁତର ଆହତ ଧର୍ମେନ୍ଦ୍ରକୁ ଡ଼ାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ତେବେ ଅବସ୍ଥା ସଂକଟାପର୍ଣ୍ଣ ଯୋଗୁଁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।