କୁନ୍ଦୁଲି ଗଣଦୁଷ୍କର୍ମ ମାମଲାର ପରବର୍ତ୍ତୀ ଶୁଣାଣୀ ୧୯ରେ

Jul 3, 2018 - 13:58
 205
କଟକ,୩ା୭(ସକାଳଖବର): କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାରେ ରୁଜୁ ପୃଥକ ମାମଲା ଉପରେ ମୁଖ୍ୟ ବିଚାରପତି ଜଷ୍ଟିସ ବିନୀତ ଶରଣ ଓ ଡକ୍ଟର ଜଷ୍ଟିସ ବି ଆର ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକତ୍ର ଶୁଣାଣି କରି କ୍ରାଇମବ୍ରାଞ୍ଚ ଏସପି ଓ ତଦନ୍ତକାରୀ ଅଧିକାରୀଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ନିଦେ୍ର୍ଧଶ ଦେଇଛନ୍ତି । ତେବେ ସରକାରଙ୍କ ପକ୍ଷରୁ ମଙ୍ଗଳବାର ସତ୍ୟପାଠ ଦାଖଲ ହୋଇଥିବାବେଳେ ଏକ ସପ୍ତାହ ମଧ୍ୟରେ ଆବେଦନକାରୀଙ୍କୁ ପ୍ରତି ଜବାବ ରଖିବା ପାଇଁ କୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । ଅନ୍ୟପକ୍ଷରେ କମିସନ ଗଠନ ନେଇ କୋର୍ଟ ବିରକ୍ତି ପ୍ରକାଶ କରିଥିବାବେଳେ କମିସନଙ୍କ ଠାରେ କିଏ କିଏ ସାକ୍ଷ୍ୟ ପ୍ରଦାନ କରିଛନ୍ତି, ସମ୍ବାଦପତ୍ରମାନଙ୍କ ପ୍ରକାଶିତ ରିପୋର୍ଟକୁ ବିସ୍ତୁତ ଭାବେ ଦାଖଲ ପାଇଁ କୋର୍ଟ ନିଦେ୍ର୍ଧଶ ଦେଇଛନ୍ତି ।