ଏହି ଓଡିଆ ବାୟୁସେନା ଅଧିକାରୀଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି

Nov 22, 2021 - 08:20
 72
ଏହି ଓଡିଆ ବାୟୁସେନା ଅଧିକାରୀଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି
ନୂଆଦିଲ୍ଳୀ: ଆଜି ଅନେକ ସାହାସିକତାର ପରିଚୟ ଦେଇଥିବା ବ୍ରକ୍ତିବିଶେଷଙ୍କୁ ରାଷ୍ଟ୍ରପତି ଭବନମ୍ସେମ୍ମାନିତ କରାଯାଉଛି । ଓଡିଆ ବାୟୁସେନା ଅଧିକାରୀ ଏୟାର ଭାଇସ୍ ମର୍ଶାଲ ଦିଲ୍ଲୀପ ପଟ୍ଟନାୟକଙ୍କୁ ଆଜି ରାଷ୍ଟ୍ରପତି ସମ୍ମାନିତ କରିଛନ୍ତି । ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଅତି ବିଶିଷ୍ଟ ସେବା ମେଡାଲରେ ସମ୍ମାନିତ କରିଛନ୍ତି । ସେହିପରି ବୀରଚକ୍ରରେ ସମ୍ମାନିତ ହେଲେ ବାଲକୋଟ ଏୟାର ଷ୍ଟ୍ରାଇକ୍ ହିରୋ ଅଭିନନ୍ଦନ । ନିଜର ସାହାସିକତା କାର୍ଯ୍ୟ ପାଇଁ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅଭିନନ୍ଦନଙ୍କୁ ବୀର ଚକ୍ରରେ ସମ୍ମାନିତ କରିଛିନ୍ତ । ୨୦୧୯ ଫେବୃଆରୀ ୨୭ ତାରଖରେ ସାହସିକତା ଦେଖାଇଥିଲେ ଅଭିନନ୍ଦନ । ଏହାବ୍ୟତୀତ ପ୍ରତାପ ଯାଦବଙ୍କୁ ମଧ୍ୟ କିର୍ତ୍ତୀ ଚକ୍ର ପ୍ରଦାନ କରାଯାଇଛି ।