ଏମ୍ସ ବାଲେଶ୍ୱର ସାଟେଲାଇଟ କେନ୍ଦ୍ରର ଶିଳାନ୍ୟାସ

Aug 25, 2018 - 18:52
 326
ବାଲେଶ୍ୱର,୨୫/୮: କେନ୍ଦ୍ରୀୟ ଯୋଜନାରେ ଦେଶରେ ପ୍ରତିଷ୍ଠା ହେବାକୁ ଥିବା ୨୪ଟି ମେଡ଼ିକାଲ କଲେଜ ମଧ୍ୟରୁ ଓଡ଼ିଶାର ଭଦ୍ରକ, ଯାଜପୁର ଓ ଢେ଼ଙ୍କାନାଳ ସଂସଂଦୀୟ କ୍ଷେତ୍ରରେ ୩ଟି ମେଡ଼ିକାଲ କଲେଜ ପ୍ରତିଷ୍ଠା ହେବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ.ପି.ନଡ୍ଡା କହିଛନ୍ତି । ଆଜି ଏଠାରେ ୩୦୦ ଶଯ୍ୟା ବିଶିଷ୍ଟ ଭୁବନେଶ୍ୱର ଏମ୍ସ ସାଟେଲାଇଟ କେନ୍ଦ୍ରର ଶିଳାନ୍ୟାସ କରି କେନ୍ଦ୍ର ମନ୍ତ୍ରୀ ଉପରୋକ୍ତ ସୂଚନା ଦେବା ସହ ୨୫ ଏକର ଜମିରେ ନିର୍ମାଣ ହେବାକୁ ଥିବା ଏହି କେନ୍ଦ୍ର ଏକ ସୁପର ସ୍ପେଶାଲିଟି ଡ଼ାକ୍ତରଖାନା ହେବ । ଏଥିପାଇଁ ୩୫ କୋଟି ଟଙ୍କାର ବ୍ୟୟ ଅଟକଳ ରହିଛି । ଏହି କେନ୍ଦ୍ରର କୋଠାବାଡ଼ି ନିର୍ମାଣ କାର୍ଯ୍ୟ ସିପିଡ଼ବ୍ଲ୍ୟଡ଼ି ଉପରେ ନ୍ୟସ୍ତ କରାଯାଇଛି । ୧୫ ମାସ ମଧ୍ୟରେ ବହିର୍ବିଭାଗ କୋଠା ଓ କିଛି କର୍ମଚାରୀ ବାସଗୃହ ନିର୍ମାଣ କରାଯିବ । ଏହି କେନ୍ଦ୍ର ଦ୍ୱାରା ଉତ୍ତର ଓଡ଼ିଶାର ଜନସାଧାରଣଙ୍କ ସମେତ ପଡେ଼ାଶୀ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ଜନସାଧାରଣ ଉପକୃତ ହୋଇପାରିବେ ।