ଏଟି ମୁଖ୍ୟଙ୍କ ଦଣ୍ଡାଦେଶ ମାମଲାର ଶୁଣାଣି ଜୁନ ୧୯ରେ

May 8, 2018 - 15:03
 165
ଏଟି ମୁଖ୍ୟଙ୍କ ଦଣ୍ଡାଦେଶ ମାମଲାର ଶୁଣାଣି ଜୁନ ୧୯ରେ
କଟକ,୮ା୫(ସକାଳଖବର): ଅର୍ଥତତ୍ତ୍ୱ ଚିଟଫଣ୍ଡ ସଂସ୍ଥା ପରିଚାଳନା ନିଦେ୍ର୍ଧଶକ ପ୍ରଦୀପ କୁମାର ସେଠୀଙ୍କ ବିରୋଧରେ ସିବିଆଇ କୋର୍ଟରେ ହୋଇଥିବା ଜେଲ ଦଣ୍ଡାଦେଶକୁ ରଦ୍ଧ କରିବା ଓ ସିବିଆଇ ବ୍ୟତୀତ ଅନ୍ୟାନ ଥାନା ପକ୍ଷରୁ ରୁଜୁ ହୋଇଥିବା ମାମଲାକୁ ଖାରଜ କରିବା ପାଇଁ ପ୍ରାର୍ଥନା କରି ଦାୟର ପୃଥକ ଦୁଇଟି ମାମଲାରେ ମଙ୍ଗଳବାର ହାଇକୋର୍ଟ ଜଷ୍ଟିସ ଏସ କେ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ସିବିଆଇକୁ ନୋଟିସ ଜାରି କରିଛନ୍ତି । ସମସ୍ତ ଦସ୍ତାବିଜ ଦାଖଲ କରିବା ପାଇଁ କୋର୍ଟ ସିବିଆଇକୁ ନିଦେ୍ର୍ଧଶ ଦେଇଛନ୍ତି । ଏହି ମାମଲାରେ ଜୁନ ମାସ ୧୯ତାରିଖରେ ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଧାର୍ଯ୍ୟ କରିଛନ୍ତି ।