ଆହୁରି ୫ଦିନ ଝାଞ୍ଜି ମାଡ

Apr 27, 2022 - 09:07
 52
ଆହୁରି ୫ଦିନ ଝାଞ୍ଜି ମାଡ
ଭୁବନେଶ୍ୱର : ଅସହ୍ୟ ହେଉଛି ରୌଦ୍ର ତାପ । ପ୍ରଚଣ୍ଡ ଖରା ସାଙ୍ଗକୁ ଝାଞ୍ଜି ମାଡରେ ଅସ୍ତବ୍ୟସ୍ତ ଜନଜୀବନ । ପଶ୍ଚିମ ଓଡିଶାରେ ଯେମିତି ଆକାଶରୁ ବର୍ଷୁଛି ନିଆଁ ଗୁଳା । ତେବେ ଆସନ୍ତା ୫ ଦିନ ପର୍ୟ୍ୟନ୍ତ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତିରୁ ନିସ୍ତାର ମିଳିବ ନାହିଁ ବୋଲି ସୂଚାଇ ଦେଇଛି ପାଣିପାଗ ବିଭାଗ । ଗତକାଲି ୪୪.୫ ଡିଗ୍ରୀ ସହ ବୌଦ୍ଧ ପାଲଟିଥିଲା ସବୁଠୁ ଉତ୍ତପ୍ତ ସହର । ଝାରସୁଗୁଡ଼ାରେ ୪୩.୯ ଡିଗ୍ରୀ, ବଲାଙ୍ଗୀରରେ ୪୩.୮ ଡିଗ୍ରୀ, ସୋନପୁରରେ ୪୩.୬ ଡିଗ୍ରୀ ଓ ଟିଟିଲାଗଡ଼ରେ ୪୩.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା । ସେହିଭଳି ରାଜ୍ୟର ୯ ସହର ତାପମାତ୍ରା ୪୩ ଡିଗ୍ରୀ ଅତିକ୍ରମ କରିଥିବା ବେଳେ ୪୨ ଡିଗ୍ରୀ ଉପରେ ୧୪ ସହରର ତାପମାତ୍ରା ରହିଥିଲା।