ଆପିକଲ ପୂର୍ବତନ ଏମଡିଙ୍କୁ ଜାମିନ ମଞ୍ଜୁର କଲେ ହାଇକୋର୍ଟ

Jun 20, 2018 - 20:51
 239
ଆପିକଲ ପୂର୍ବତନ ଏମଡିଙ୍କୁ ଜାମିନ ମଞ୍ଜୁର କଲେ ହାଇକୋର୍ଟ
କଟକ,୨୦ା୬(ସକାଳଖବର): ଆପିକଲ ପୂର୍ବତନ ପରିଚାଳନା ନିଦେ୍ର୍ଧଶକ ପ୍ରଦୀପ କୁମାର ହୋତାଙ୍କୁ ହାଇକୋର୍ଟ ଜଷ୍ଟିସ ଜେ ପି ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ୨ଲକ୍ଷ ଲେଖାଁଏ ୨ ଜାମିନଦାର ବଦଳରେ ଜାମିନରେ ଯାଇପାରିବେ ବୋଲି କୋର୍ଟ ସର୍ତ୍ତ ରଖିଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମାନସ ମହାପାତ୍ର ଓ ଆଇନଜୀବୀ ସିଦେ୍ଧଶ୍ୱର ମହାନ୍ତି ମାମଲା ପରିଚାଳନା କରୁଥିଲେ । ମାମଲାର ବିବରଣୀରୁ ପ୍ରକାଶ ଯେ ଚିଟଫଣ୍ଡ ସଂସ୍ଥା ସି ସୋରକୁ ଅହେତୁକ ଅନୁକମ୍ପା ଦେଖାଇବା ଅଭିଯୋଗରେ ସିବିଆଇ ଆବେଦନକାରୀଙ୍କୁ ଆଇପିସି ୧୨୦-ବି, ୪୨୦, ୪୦୯ ଦଫାରେ ୨୦୧୭, ଅକ୍ଟୋବର ମାସ ୧୦ତାରିଖରେ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତେବେ ଆବେଦନକାରୀ ୨୦୦୭, ନଭେମ୍ବର ମାସ ୨୯ତାରିଖ ଠାରୁ ୨୦୧୦, ମେ ମାସ ୩୧ତାରିଖ ପର୍ଯ୍ୟନ୍ତ ଆପିକଲର ପରିଚାଳନା ନିଦେ୍ର୍ଧଶକ ଥିଲେ । ୨୦୦୯ ମସିହା ଜୁଲାଇ ମାସ ୧୬ତାରିଖରେ ସେ ସି ସୋର କମ୍ପାନୀ ସହ ଏକ ଚୁକ୍ତିନାମା ସ୍ୱାକ୍ଷରିତ କରିଥିଲେ । କ୍ଷମତାର ଅପବ୍ୟବହାର କରି ସେ ତାଙ୍କ ପତ୍ନୀ ଉକ୍ତ କମ୍ପାନୀରେ ଜଣେ କର୍ମଚାରୀ ଥିବା ମିଥ୍ୟାରେ ଦର୍ଶାଇ ସି ସୋର ପରିଚାଳନା ନିଦେ୍ର୍ଧଶକ ପ୍ରଶାନ୍ତ ଦାଶଙ୍କ ଠାରୁ ୧୯ଲକ୍ଷ ୭୦ହଜାର, ୯୨୫ଟଙ୍କା ଗ୍ରହଣ କରିଥିବା ସିବିଆଇ ପ୍ରମାଣ ପାଇବା ପରେ ଗିରଫ କରିଥିଲା ।