୮୦% କର୍ମଚାରୀଙ୍କୁ ଅଣ୍ଟୁନି ଦରମା, ମାସେ ନପୂରୁଣୁ ଦରମା ଶେଷ

Nov 19, 2021 - 07:20
 90
୮୦% କର୍ମଚାରୀଙ୍କୁ ଅଣ୍ଟୁନି ଦରମା, ମାସେ ନପୂରୁଣୁ ଦରମା ଶେଷ
ନୂଆଦିଲ୍ଲୀ: ଭାରତରେ ୮୦ ପ୍ରତିଶତ କର୍ମଚାରୀଙ୍କ ସ୍ଥିତି ଭଲ ନାହିଁ । ସେମାନେ ମାସିକ ଯେତିକି ଦରମା ପାଉଛନ୍ତି ମାସ ଶେଷହେବା ପୂର୍ବରୁ ତାହା ସରିଯାଉଛି । ୩୪ ପ୍ରତିଶତ କର୍ମଚାରୀଙ୍କ ଦରମା ମାସ ମଝିସୁଦ୍ଧା ସରିଯାଉଛି । କେବଳ ୧୩ ପ୍ରତିଶତ କର୍ମଚାରୀ ପ୍ରତିମାସରେ ସମ୍ମାନଜନକ ପରିମାଣର ସଞ୍ଚୟ କରିପାରୁଛନ୍ତି । ୟର୍ଣ୍ଣଷ୍ଟ ଆଣ୍ଡ୍ ୟଙ୍ଗ-ରିଫାଇନ ସର୍ଭେରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ୟର୍ଣ୍ଣଡ ୱେଜ୍ ଆକ୍ସେସ୍ ଇନ୍ ଇଣ୍ଡିଆ: ଦ ଫାଇନାଲ୍ ଫ୍ରଣ୍ଟିୟର ଅଫ୍ ଏମ୍ପ୍ଲଇ ୱେଲବିଙ୍ଗ୍ ଶୀର୍ଷକରେ ଆସିଥିବା ରିପୋର୍ଟରେ କୁହାଯାଇଛି ଯେ ଜୀବନ ଧାରଣର ଖର୍ଚ୍ଚ, ଲାଇଫଷ୍ଟାଇଲ ଖର୍ଚ୍ଚ କରି ନପାରିବାର ଭୟ, ଦୁର୍ବଳ ଆର୍ଥôକ ଯୋଜନା ଏବଂ ଋଣ ଜାଲ ଆଦି କାରଣରୁ କର୍ମଚାରୀମାନେ ସେମାନଙ୍କ ଦରମାର ମାସିକ ଅର୍ଥ ପ୍ରବାହରେ ନିରନ୍ତରତା ବଜାୟ ରଖିପାରୁନାହାନ୍ତି । ଭାରତର ୩୦୧୦ ଜଣ କର୍ମଚାରୀଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା । ଅନୁଧ୍ୟାନରେ କେବଳ ୩୮ ପ୍ରତିଶତ କର୍ମଚାରୀ ସେମାନଙ୍କର ଆର୍ଥôକ ସ୍ଥିତି ଭଲଥିବା ଅନୁଭବ କରୁଥିବା ଜଣାଇଛନ୍ତି । ତେବେ ଆଶ୍ଚର୍ଯ୍ୟର ବିଷୟ ହେଲା ଆର୍ଥôକ ଚାପ ଭିତରେ କେବଳ ନିମ୍ନ ଆୟବର୍ଗର ଲୋକମାନେ ନାହାନ୍ତି ଅନ୍ୟମାନେ ମଧ୍ୟ ଅଛନ୍ତି । ମାସିକ ୧ ଲକ୍ଷ ଟଙ୍କାରୁ ଅଧିକ ରୋଜଗାର କରୁଥିବା କର୍ମଚାରୀଙ୍କ ମଧ୍ୟରୁ ପ୍ରାୟ ୬୦ ପ୍ରତିଶତ ମତ ଦେଇଛନ୍ତି ଯେ ସବୁ ଖର୍ଚ୍ଚ ବହନ କରିବାକୁ ସେମାନଙ୍କ ରୋଜଗାର ଅସମର୍ଥ । ତେବେ ମାସିକ ୧୫ ହଜାର ଟଙ୍କାରୁ କମ୍ ଦରମା ପାଉଥିବା ବ୍ୟକ୍ତିମାନେ ଋଣ ଯନ୍ତାରେ ପଡ଼ିବାର ଆଶଙ୍କା ଉଚ୍ଚ ଆୟବର୍ଗର ଲୋକଙ୍କ ତୁଳନାରେ ୬ ଗୁଣା ଅଧିକ ବୋଲି ଜଣାପଡ଼ିଛି । ତେବେ ଯେତିକି ଦରମା ମିଳୁଛି ସବୁ ଖର୍ଚ୍ଚ ବହନ ପାଇଁ ତାହା ପର୍ଯ୍ୟାପ୍ତ ନୁହେଁ ବୋଲି ୭୫ ପ୍ରତିଶତ କର୍ମଚାରୀ ମତ ଦେଇଛନ୍ତି । ଜରୁରୀ ଆବଶ୍ୟକତା କିମ୍ବା ଯୋଜନା ବାହାରେ ଆସୁଥିବା ଖର୍ଚ୍ଚର ସାମ୍ନା ପାଇଁ ଆବଶ୍ୟକ ଅର୍ଥ ପାଇବା ଲାଗି ସେମାନଙ୍କୁ ଆର୍ଥôକ ବିକଳ୍ପ ଖୋଜିବାକୁ ପଡ଼ୁଛି ।