୧୧ ହଜାର ଏକର ଆଦ୍ରଁଭୂମି ଜବରଦଖଲରେ
କଟକ, ୧୬ା୫(ସକାଳଖବର): ଚିଲିକା ଓ ଭିତରକନିକା ଆର୍ଦ୍ରଭୂମି ସୁରକ୍ଷା ପ୍ରସଙ୍ଗରେ ବୁଧବାର ହାଇକୋର୍ଟ ମୁଖ୍ୟ ବିଚାରପତି ବିନୀତ ଶରଣ ଓ ଡକ୍ଟର ଜଷ୍ଟିସ ବି ଆର ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଶୁଣାଣି ହୋଇଥିବାବେଳେ ଉଚ୍ଛେଦ ପ୍ରସଙ୍ଗରେ ଜିଲାପାଳମାନେ ସତ୍ୟପାଠ ଦାଖଲ କରିନଥିବାରୁ ସରକାର ମହଲତ ନେଇଥିଲେ । ଫଳରେ ଜୁନ ମାସ ୨୦ତାରିଖରେ ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଧାର୍ଯ୍ୟ କରିଛନ୍ତି । ଏହି ସମୟ ମଧ୍ୟରେ ଜିଲାପାଳମାନେ ସତ୍ୟପାଠ ଦାଖଲ କରି କେତେ ସଂଖ୍ୟାରେ ଉଚ୍ଛେଦ ହୋଇଛି, ସେ ନେଇ ଜଣାଇବା ପାଇଁ କୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । ପୂର୍ବରୁ ଜିଲ୍ଲାପାଳମାନେ ସତ୍ୟପାଠ ଦାଖଲ କରି ଚିଲିକା ପ୍ରଭୃତି ଅନ୍ୟାନ୍ୟ ଅଞ୍ଚଳରେ ପ୍ରାୟ ୧୧ହଜାରରୁ ଊଦ୍ଧ୍ୱର୍ ଏକର ଜାଗାରେ ବେଆଇନ ଭାବେ ଜବରଦଖଲ କରାଯାଇଛି ଓ ଅନେକ ସ୍ଥାନରେ ବେଆଇନ ଭାବେ ଚିଙ୍ଗୁଡି ଘେରି ରହିଥିବା ଦର୍ଶାଇଥିଲେ । ମାମଲାର ବିବରଣୀରୁ ପ୍ରକାଶ ଯେ, ଚିଲିକା ଓ ଭିତରକନିକା ଆର୍ଦ୍ରଭୂମି ସୁରକ୍ଷା ପାଇଁ ସୁପ୍ରିମକୋର୍ଟଙ୍କ ନିଦେ୍ର୍ଧଶକ୍ରମେ ହାଇକୋର୍ଟ ନିଜ ଆଡୁ ଏକ ମାମଲା ରୁଜୁ କରିଛନ୍ତି । ହାଇକୋର୍ଟ ରେଜିଷ୍ଟ୍ରାର(ଜୁଡିସିଆଲ) ଏହି ମାମଲା ରୁଜୁ କରିଥିବାବେଳେ ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡା ଓ ଗଞ୍ଜାମ ଜିଲାପାଳଙ୍କୁ ସତ୍ୟପାଠ ଦାଖଲ କରିବା ପାଇଁ ନିଦେ୍ର୍ଧଶ ଦିଆଯାଇଥିଲା । ତେବେ ଏହି ମାମଲା ପରିଚାଳନା ପାଇଁ କୋର୍ଟ ପକ୍ଷରୁ ଆମିକସକୁ୍ୟରୀ ଭାବେ ମୋହିତ ଅଗ୍ରଓାଲାଙ୍କୁ ନିଯୁକ୍ତି ଦିଆଯାଇଛି । ଏହି ମାମଲାରେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ସଚିବ, ମତ୍ସ୍ୟ ବିଭାଗ ସଚିବଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ପକ୍ଷଭୁକ୍ତ ହୋଇଛନ୍ତି । ଅନ୍ୟପାଶ୍ୱର୍ରେ ଚିଲିକା ଉନ୍ନୟନ କର୍ତ୍ତର୍ପକ୍ଷ(ସିଡିଏ) ପକ୍ଷରୁ ପୂର୍ବରୁ ସତ୍ୟପାଠ ଦାଖଲ କରି ଚିଲିକା ଘେରି ଉଚ୍ଛେଦ ଓ ଚିଲିକା ଉନ୍ନୟନ ନିମନ୍ତେ ବିଭିନ୍ନ ପ୍ରସ୍ତାବ ଦିଆଯାଇଥିଲା । ସେହିପରି ଚିଲିକା ଓ ଭିତରକନିକାରେ ରହିଥିବା ନାନାବିଧ ସମସ୍ୟା ଓ ପ୍ରତିକାର ସଂପର୍କରେ ଆମିକସକୁ୍ୟରୀଙ୍କ ପକ୍ଷରୁ ଲିଖିତ ପ୍ରସ୍ତାବ ଉପସ୍ଥାପନା କରାଯାଇଥିଲା । ତେବେ ଭିତରକନିକା, ଚିଲିକାରେ ମୋଟର ଚାଳିତ ଡଙ୍ଗା ଓ ବେଆଇନ ଚିଙ୍ଗୁଡି ଘେରି ପାଇଁ ଜଳ ପ୍ରଦୂଷିତ ହେଉଥିବା ଦର୍ଶାଯାଇଥିଲା । ଏହାର ପ୍ରତିକାର ପାଇଁ କୋର୍ଟରେ ପ୍ରସ୍ତାବମାନ ଦିଆଯାଇଥିଲା । ସଂପ୍ରତି ଦେଶର ୧୫ଟି ରାଜ୍ୟରେ ୨୬ଟି ଆର୍ଦ୍ରଭୂମୀ ରହିଥିବାବେଳେ ଓଡିଶାରେ ୨ଟି ରହିଛି । ଏହାର ସୁରକ୍ଷା ପାଇଁ ସୁପ୍ରିମକୋର୍ଟ ଶୁଣାଣି କରି ୧୫ଟି ରାଜ୍ୟର ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ମାମଲା ରୁଜୁ କରିବା ପାଇଁ ନିଦେ୍ର୍ଧଶ ଦେଇଥିଲେ । ଏହି ମାମଲାରେ ଆମିକସକୁ୍ୟରୀଙ୍କୁ ବରିଷ୍ଠ ଆଇନଜୀବୀ ଅଶୋକ କୁମାର ପରିଜା ସହଯୋଗ କରୁଥିବାବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଏସଜି ଅନୁମ କୁମାର ବୋଷ, ମତ୍ସ୍ୟଜୀବୀ ସଙ୍ଗଠନ ପକ୍ଷରୁ ଆଇନଜୀବୀ ସୁକାନ୍ତ ଦଳାଇ ଓ ସରକାରଙ୍କ ପକ୍ଷରୁ ଆଇନଜୀବୀ ବିଷ୍ଣୁ ପ୍ରସାଦ ପ୍ରଧାନ ମାମଲା ପରିଚାଳନା କରୁଛନ୍ତି । ଅନ୍ୟପକ୍ଷରେ ବେଆଇନ ଚିଙ୍ଗୁଡି ଯାଅାଁଳ ଉତ୍ପାଦନକୁ ବିରୋଧ କରି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ମାଲୁଦ ଓ ରାମ ଲେଙ୍କା ଗ୍ରାମବାସୀଙ୍କ ପକ୍ଷରୁ ରୁଜୁ ମାମଲାରେ ମଧୁର ଜଳ ଓ ଲୁଣି ଜଳ ଏକ ସମୟରେ ବ୍ୟବହାର କରି ଏହି କାର୍ଯ୍ୟ ଚାଲିଥିବା ବେଳେ ଏଥିପାଇଁ ଜଙ୍ଗଲ ଓ ପରିବେଶ ବିଭାଗର ଅନୁମତି ନିଆଯାଇ ନାହିଁ । ବେଆଇନ୍ ଭାବେ ମଧୁର ଜଳ ଉତ୍ତୋଳନ କରାଯାଉଛି । ଜଙ୍ଗଲ ଜମିର ବ୍ୟବହାର କରାଯାଉଛି । ଏହା ଦ୍ୱାରା ପରିବେଶ ପ୍ରଦୂଷିତ ହେଉଛି । ପ୍ରକୃତିକ ପରିବେଶକୁ ନଷ୍ଟ କରାଯାଉଛି । ଏପରି ବେଆଇନ କାର୍ଯ୍ୟ ଉପରେ ଅଙ୍କୁଶ ଲଗାଇବା ପାଇଁ ପ୍ରଶାସନ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ କିଛି କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ ବୋଲି ଆବେଦନକାରୀ ଦର୍ଶାଇଛନ୍ତି ।