ହୀରାକୁଦ ଛାଡ଼ିଲା ପ୍ରଥମ ବନ୍ୟାଜଳ

Jul 24, 2018 - 15:23
 167
ହୀରାକୁଦ ଛାଡ଼ିଲା ପ୍ରଥମ ବନ୍ୟାଜଳ
ଭୁବନେଶ୍ୱର,୨୪/୭(ସକାଳଖବର): ଆଜି ହୀରାକୁଦ ଡ୍ୟାମ୍ ରୁ ପ୍ରଥମ ବନ୍ୟା ଜଳ ଛଡାଯାଇଛି । ଆବଶ୍ୟକ ପୂଜାର୍ଚ୍ଚନା ଓ ସତର୍କ ସୂଚନା ଜାରି ପରେ୧୧ଘଟିକା ସମୟରେ ହୀରାକୁଦ ଜଳ ଭଣ୍ଡାରର ଗେଟ୍ ଖୋଲାଯାଇଥିଲା । ପ୍ରାରମ୍ଭିକ ପର୍ଯ୍ୟାୟରେ ୫ଟି ଗେଟ୍ ଦେଇ ବନ୍ୟାଜନ ନିଷ୍କାସିତ ହୋଇଥିଲା । ଉଲ୍ଲେଖଯୋଗ୍ୟ ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ୍ ରହିଥିବା ବେଳେ ଆଜି ଏହାର ଜଳସ୍ତର ୬୧୮ ଫୁଟରେ ପହଂଚିଛି । ଜଳ ଭଣ୍ଡାର ମଧ୍ୟକୁ ୨ ଲକ୍ଷ ୫ ହଜାର ୩୫୨ କ୍ୟୁସେକ୍ ଜଳ ପ୍ରବେଶ କରୁଛି ।