ସଫେଇ ହେବ ମହାନଦୀ ତଟ ଓ ମୁହାଁଣ

May 18, 2018 - 14:50
 97
ଭୁବନେଶ୍ୱର, ୧୮/୫(ସକାଳଖବର): ୨୦୧୮ ବିଶ୍ୱ ପର୍ଯ୍ୟାବରଣ ଦିବସ ପାଳନ ପୂର୍ବରୁ ଓଡିଶାର ମହାନଦୀ ସମେତ ୯ଟି ଉପକୂଳବର୍ତୀ ରାଜ୍ୟର ନଦୀ ମୁହାଣ ଓ ହ୍ରଦ ପରିଷ୍କାର ସକାଶେ ପରିବେଶ, ଜଙ୍ଗଲ ତଥା ଜଳବାୟୁ ପରିବର୍ତନ ମନ୍ତ୍ରଣାଳୟ ପକ୍ଷରୁ ୧୯ଟି ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି । ଏହି ନଅଟି ରାଜ୍ୟର ୨୪ଟି ପ୍ରଦୂଷିତ ସମୁଦ୍ରତଟକୁ ସ୍ୱଚ୍ଛ ଓ ପରିଷ୍କାର ପରିଚ୍ଛନ୍ନ କରିବା ସକାଶେ ମନ୍ତ୍ରଣାଳୟ ପକ୍ଷରୁ ବିଶେଷ ପଦକ୍ଷେପ ଗ୍ରହଣ କରାଯିବ । ଚିହ୍ନଟ କରାଯାଇଥିବା ରାଜ୍ୟଗୁଡିକ ହେଲା – ଓଡିଶା, ଆନ୍ଧ୍ର ପ୍ରଦେଶ, ଗୋଆ, ଗୁଜରାଟ, କର୍ଣ୍ଣାଟକ, ମହାରାଷ୍ଟ୍ର, ତାମିଲନାଡୁ, ପଶ୍ଚିମବଙ୍ଗ ଓ କେରଳ । ସେହିଭଳି ୧୯ଟି ରାଜ୍ୟର ଚିହ୍ନିତ ୨୪ଟି ପ୍ରଦୂଷିତ ନଦୀ ମୁହାଣକୁ ସ୍ୱଚ୍ଛ କରାଯିବା ସକାଶେ ଆବଶ୍ୟକ ପଦକ୍ଷେପ ନିଆଯିବ । ଏହିସବୁ ତାଲିକାଭୁକ୍ତ ନଦୀ ମୁହାଣ ସମେତ ଦିଲ୍ଲୀର ଯମୁନା ନଦୀକୂଳକୁ ପ୍ରଦୂଷଣମୁକ୍ତ କରି ସ୍ୱଚ୍ଛ ଓ ସୁନ୍ଦର କରିବା ସକାଶେ ବିଶେଷ ପଦକ୍ଷେପ ନିଆଯିବ । ଏହା ସମେତ ଦେଶର କେତେକ ପ୍ରଦୂଷିତ ଜଳକ୍ଷେତ୍ର ଏବଂ ହ୍ରଦକୁ ସ୍ୱଚ୍ଛକରଣ ସକାଶେ ଚିହ୍ନଟ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ମହାନଦୀ ସ୍ୱଚ୍ଛତା ଯୋଜନା ସାମିଲ ହୋଇଛି । ସେହିପରି ପୁରୀ ଓ ପାରାଦୀପ ବେଳାଭୂମିକୁ ମଧ୍ୟ ଏହି ସ୍ୱଚ୍ଛ ଅଭିଯାନରେ ସାମିଲ କରାଯାଇଛି । ସରକାର ଏଭଳି ସ୍ୱଚ୍ଛତା ଯୋଜନା ସକାଶେ ଯେଉଁ ୧୯ଟି ଟିମ ଗଠନ କରିଛନ୍ତି ସେଥିରେ ପର୍ଯ୍ୟାବରଣ, ଜଙ୍ଗଲ ତଥା ଜଳବାୟୁ ପରିବର୍ତନ ମନ୍ତ୍ରଣାଳୟ, ରାଜ୍ୟ ନୋଡ଼ାଲ ଏଜେନ୍ସି ଯଥା ବିଦ୍ୟାଳୟର ଇକୋ କ୍ଲବ୍, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋଡର଼୍, ଜିଲ୍ଲା ପ୍ରଶାସନ, କଲେଜ, ମସô୍ୟଚାଷ ବିଭାଗ ଯାହାକି ସେହିସବୁ କ୍ଷେତ୍ରରେ ଅବସ୍ଥିତ ରହିଛି ଏବଂ ଅନ୍ୟାନ ଶିକ୍ଷାନୁଷ୍ଠାନ/ ଗବେଷଣା ପ୍ରତିଷ୍ଠାନ ଓ ସ୍ଥାନୀୟ ଗୋଷ୍ଠୀର ବରିଷ୍ଠ ପଦାଧିକାରୀ ତଥା ପ୍ରତିନିଧିମାନଙ୍କୁ ସାମିଲ କରାଯିବ । ଏହି ଟିମ୍ରେ ସ୍ଥାନୀୟ ବିଦ୍ୟାଳୟ ଓ କଲେଜର ଛାତ୍ରଛାତ୍ରୀ ଓ ସ୍ଥାନୀୟ ଅଂଚଳର ଲୋକମାନଙ୍କୁ ସାମିଲ କରାଯିବା ଦ୍ୱାରା ସଫେଇ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ । ସେହିଭଳି ମନ୍ତ୍ରଣାଳୟ ପକ୍ଷରୁ ସ୍ଥାନୀୟ ଇକୋ କ୍ଲବ୍କୁ ନିୟୋଜିତ କରାଯିବ । ଏହି କ୍ଲବମାନଙ୍କୁ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ସବୁଜ ବାହିନୀ କାର୍ଯ୍ୟକ୍ରମ ମା୍ମମରେ ସହାୟତା ଯୋଗାଇ ଦିଆଯାଉଛି । ପ୍ରତ୍ୟେକ ସମୁଦ୍ର ତଟ, ନଦୀ ଉପକୂଳ ଓ ହ୍ରଦ ସ୍ୱଚ୍ଛକରଣ ସକାଶେ ୧୦ ଲକ୍ଷ ଟଙ୍କା ବ୍ୟୟ କରାଯିବ । ସେହିଭଳି ଗୁରୁତ୍ୱପୂର୍ଣ୍ଣ ପ୍ରନôତତ୍ୱସ୍ଥଳୀରେ ମଧ୍ୟ ଏଭଳି ସଫେଇ କାର୍ଯ୍ୟ ହାତକୁ ନିଆଯିବ । ମେ ୧୫ ତାରିଖରୁ ସଫେଇ କାର୍ଯ୍ୟ ଆରମ୍ଭ କରାଯାଇଛି ଓ ତାହା ଜୁନ୍ ୫ ତାରିଖରେ ଶେଷ ହେବ ।