ସନରାଇଜର୍ସ ହାଇଦ୍ରାବାଦ ଦଳରେ ଯୋଗ ଦେଲେ ଲାରା ଓ ଷ୍ଟେନ

Dec 23, 2021 - 09:34
 57
ସନରାଇଜର୍ସ ହାଇଦ୍ରାବାଦ ଦଳରେ ଯୋଗ ଦେଲେ ଲାରା ଓ ଷ୍ଟେନ
ନୂଆଦିଲ୍ଲୀ : କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍‌ ବ୍ରାଏନ୍‌ ଲାରା ଏବଂ ଦକ୍ଷିଣ ଆଫ୍ରିକାର ମାରାତ୍ମକ ବୋଲର ଡେଲ୍‌ ଷ୍ଟେନ୍‌ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ରେ ଯୋଡି ହୋଇଯାଇଛି । ସନରାଇଜର୍ସ ହାଇଦ୍ରାବାଦ ଲାରାଙ୍କୁ ବ୍ୟାଟିଂ କୋଚ ଏବଂ ଷ୍ଟେନଙ୍କୁ ବୋଲିଂ କୋଚ ଭାବରେ ନିଯୁକ୍ତ କରିଛି । ଟମ ମୁଡି ହାଇଦ୍ରାବାଦର ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଜର ପଦ ବଜାୟ ରଖିଛନ୍ତି । ଟେଷ୍ଟ କ୍ରିକେଟର ଏକ ଇନିଂସରେ ୪୦୦ ରନ୍‌ ସ୍କୋର କରିଥିବା ଏକମାତ୍ର ବ୍ୟାଟ୍ସମ୍ୟାନ୍‌ ଲାରାଙ୍କୁ ମଧ୍ୟ ଫ୍ରାଞ୍ଚାଇଜ୍‌ ଦ୍ୱାରା ରଣନୀତିକ ପରାମର୍ଶଦାତା କରାଯାଇଛି । ଅଷ୍ର୍ଟ୍ରେଲିଆର ପୂର୍ବତନ ଓପନର୍‌ ସାଇମନ୍‌ କାଟିଚ୍‌ ଆସିଷ୍ଟାଣ୍ଟ କୋଚ୍‌ ଭୂମିକାରେ ନିଭାଇବେ । ଏହା ବ୍ୟତୀତ ପୂର୍ବତନ ଭାରତୀୟ କ୍ରିକେଟର ହେମାଙ୍ଗ ବାଦାନି ଫିଲ୍ଡିଂ କୋଚ ଏବଂ ସ୍କାଉଟର ଦ୍ୱୈତ ଭୂମିକା ଗ୍ରହଣ କରିବେ । ଏହି ଫ୍ରାଞ୍ଚାଇଜ୍‌ ସହିତ ମୁଥିୟା ମୁରଲିଧରନଙ୍କ ପରି ଜଣେ କିମ୍ବଦନ୍ତୀ ଆଗରୁ ଯୋଡି ହୋଇ ଅଛନ୍ତି । ସେ ସ୍ପିନ୍‌ ବୋଲିଂ ପ୍ରଶିକ୍ଷକଙ୍କ ଦାୟିତ୍ୱ ଗ୍ରହଣ କରିବା ବ୍ୟତୀତ ଦଳ ପାଇଁ ରଣନୀତି ପ୍ରସ୍ତୁତ ମଧ୍ୟ କରୁଛନ୍ତି ।