‘ଶୀଘ୍ର ଟିମ୍ ଇଣ୍ଡିଆ ପାଇଁ ଖେଳିବେ ତିଲକ ବର୍ମା

May 13, 2022 - 05:34
 57
‘ଶୀଘ୍ର ଟିମ୍ ଇଣ୍ଡିଆ ପାଇଁ ଖେଳିବେ ତିଲକ ବର୍ମା
ନୂଆଦିଲ୍ଲୀ, ୧୩।୦୫ :ଆଇପିଏଲର ଗୁରୁବାର ମୁହାଁମୁହିଁ ହୋଇଥିଲେ ଚେନ୍ନାଇ ସୁପର କିଙ୍ଗସ ଓ ମୁମ୍ବାଇ ଇଣ୍ଡିଆନ୍ସ । ମୁକାବିଲାରୁ ସହଜରେ ଜିତିନେଇଥିଲା ମୁମ୍ବାଇ । ୫ ଓ୍ୱିକେଟରେ ପରାସ୍ତ ହୋଇଥିଲା ଚେନ୍ନାଇ ସୁପର କିଙ୍କସ । ମୁମ୍ବାଇ ବିଜୟର ହିରୋ ଥିଲେ ଡାନିଏଲ ସାମ୍ସ ଓ ତିଲକ ବର୍ମା । ସାମ୍ସ ତିନୋଟି ଓ୍ୱିକେଟ୍ ନେଇଥିବା ବେଳେ ତିଲଖ ସଙ୍କଟରୁ ଉଦ୍ଧାର କରି ଦଳକୁ ଜିତାଇଥିଲେ । ସେ ୩୪ ରନ୍ କରି ଅପରାଜିତ ରହିଥିଲେ । ତେବେ ମ୍ୟାଚ୍ ପରେ ତିଲକଙ୍କୁ ଭୂୟସୀ ପ୍ରଶଂସା କରିଥିଲେ ଅଧିନାୟକ ରୋହିତ ଶର୍ମା । ଏହାସହ ସେ ଶୀଘ୍ର ଦଳ ପାଇଁ ତିନୋଟି ଫର୍ମାଟରେ ଖେଳିବେ ବୋଲି କହିଥିଲେ । ରୋହିତ କହିଥିଲେ ଯେ, ପ୍ରଥମେ ଓ୍ୱିକେଟ୍ ହରାଇବା ପରେ ଡର ଲାଗିଥିଲା । କିନ୍ତୁ ମ୍ୟାଚ ସେମାନଙ୍କ କାବୁରେ ରହିବ ବୋଲି ସେମାନେ ଜାଣିଥିଲେ । ଓ୍ୱାଙ୍ଖଡେରେ ସେମାନେ ବହୁତ ମ୍ୟାଚ୍ ଖେଳିଛନ୍ତି । ତେଣୁ ପଡିଆକୁ ଭଲ ଭାବେ ଚିହ୍ନିଛନ୍ତି । ଏହି ପିଚରେ ସ୍ୱିଂ ଓ ବାଉନ୍ସର ଦେଖିବାକୁ ମିଳେ । ସେମାନେ କିଛି ଖେଳାଳିଙ୍କୁ ମଧ୍ୟ ସୁଯୋଗ ଦେବାକୁ ଚାହୁଁଥିଲେ । ରୋହିତ ଆହୁରି କହିଥିଲେ ଯେ, ତିଲକ ବର୍ମା ବହୁତ ଭଲ ପ୍ଲେୟାର । ସେ ନିଜର ପ୍ରଥମ ସିଜିନ ଖେଳୁଛନ୍ତି । କଠିନ ପରିସ୍ଥିତିରେ ଦଳକୁ ଜିତାଇଛନ୍ତି । ସେ ଶୀଘ୍ର ଦଳ ପାଇଁ ଖେଳିବେ । ତାଙ୍କ ପାଖରେ ଟେକନିକ୍ ରହିଥିବା ସେ କହିଥିଲେ ହିଟମ୍ୟାନ୍ ।