ରାସ୍ତା କଡ଼ରୁ ମିଳିଲା ଲୁଟ ଭୋଟ୍ ବାକ୍ସ

Feb 19, 2022 - 08:00
 49
ରାସ୍ତା କଡ଼ରୁ ମିଳିଲା ଲୁଟ ଭୋଟ୍ ବାକ୍ସ
ଜଗତସିଂହପୁର: ରାସ୍ତାକଡ଼ରୁ ମିଳିଲା ଲୁଟ ହୋଇଥିବା ଭୋଟ୍‌ ବାକ୍ସ । ଗତକାଲି ଜଗତସିଂହପୁର ବ୍ଲକରେ ଦ୍ୱିତୀୟ ପର୍ୟ୍ୟାୟ ମତଦାନ ବେଳ ୩୫ରୁ ୪୦ ଦୁର୍ବୃତ୍ତ ପଟସରା ପଞ୍ଚାୟତର ଢୋଲବନ୍ଧ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ୨ ନମ୍ବର ବୁଥରେ ପଶି ଆତଙ୍କରାଜ ଖେଳାଇଥିଲେ । ଲୁହା ରଡ଼, ଜିଆଇ ପାଇପ ଓ ମାରଣାସ୍ତ୍ର ଧରି ନିର୍ବାଚନ ଦାୟିତ୍ୱରେ ଥିବା ସମସ୍ତଙ୍କୁ ଆକ୍ରମଣ କରି ଭୋଟ ବକ୍ସ ଲୁଟି ନେଇଥିଲେ । ସେଠାରୁ ଯାଇ ଡିହ-ପଟସରା ସ୍କୁଲରେ ଗଣ୍ଡଗୋଳ କରି ଟ୍ରଙ୍କରୁ ଭୋଟ ବକ୍ସ ନେଇ ଯାଇଥିଲେ । ଯାହାଫଳରେ ଦୁଇଟି ଯାକ ବୁଥରେ ଭୋଟ ବନ୍ଦ ହୋଇଥିଲା । ତେବେ ଆଜି ସେହି ବୁଥ ନିକଟରୁ ୫ ଶହ ମିଟର ଦୂର କୁଳ ପଟସରା ୩ ନମ୍ବର ବୁଥ ନିକଟ ରାସ୍ତା କଡ଼ରୁ ଭୋଟ୍ ବାକ୍ସ ଉଦ୍ଧାର ହୋଇଛି ।