ରାମନବମୀ ଶୋଭାଯାତ୍ରାକୁ ନେଇ ଗୁଜରାଟ, ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗରେ ଉତ୍ତେଜନା

Mar 30, 2023 - 14:21
 31
ରାମନବମୀ ଶୋଭାଯାତ୍ରାକୁ ନେଇ ଗୁଜରାଟ, ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗରେ ଉତ୍ତେଜନା
ନୂଆଦିଲ୍ଲୀ : ରାମନବମୀ ଅବସରରେ ମହାରାଷ୍ଟ୍ର, ଗୁଜୁରାଟ ଓ ପଶ୍ଚିମବଙ୍ଗ ଆଦି ରାଜ୍ୟରେ ଉତ୍ତେଜନା ଦେଖିବାକୁ ମିଳିଛି । କେତେକ ସ୍ଥାନରେ ଶୋଭାଯାତ୍ରା ଉପରେ ପଥରମାଡ଼ ହୋଇଥିବା ସୂଚନା ମିଳିଛି । ଗୁଜରାଟର ଭଦୋଦରାରେ ରାମ ନବମୀ ଶୋଭା ଯାତ୍ରା ସମୟରେ ପ୍ରବଳ ହଙ୍ଗାମା ହୋଇଥିଲା । ସହରରେ ରାମନବମୀ ଶୋଭାଯାତ୍ରା ଯାଉଥିବା ସମୟରେ ପଥର ମାଡ଼ ହୋଇଥିଲା, ଯାହାକୁ ନେଇ ହଇଚଇ ସୃଷ୍ଟି ହୋଇଥିଲା। କିନ୍ତୁ ପରିସ୍ଥିତି ଏବେ ନିୟନ୍ତ୍ରଣକୁ ଆସିଛି ଏବଂ ବର୍ତ୍ତମାନ ପାଇଁ ଏଠାରେ ଶାନ୍ତି ବଜାୟ ରହିଛି ବୋଲି ପୁଲିସ କହିଛି । ଅନ୍ୟ ଏକ ସ୍ଥାନ ଫତେପୁରରେ ମଧ୍ୟ ସଂଘର୍ଷ ହୋଇଥିବା କୁହାଯାଉଛି ।