ରାଜ୍ୟରେ ଏଯାଏଁ ସରିନି ଶତପ୍ରତିଶତ ପ୍ରଥମ ଡୋଜ୍ ଟିକାକରଣ : ପରିବାର କଲ୍ୟାଣ ନିର୍ଦ୍ଦେଶକ

Jan 27, 2022 - 09:27
 79
ରାଜ୍ୟରେ ଏଯାଏଁ ସରିନି ଶତପ୍ରତିଶତ ପ୍ରଥମ ଡୋଜ୍ ଟିକାକରଣ : ପରିବାର କଲ୍ୟାଣ ନିର୍ଦ୍ଦେଶକ
ଭୁବନେଶ୍ବର ୨୭।୧: ଟିକାକରଣ ନେଇ ପ୍ରତିକ୍ରିୟା ରଖିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ରାଜ୍ୟରେ ଏଯାଏଁ ସରିନି ଶତପ୍ରତିଶତ ପ୍ରଥମ ଡୋଜ ଟିକାକରଣ । ଟିକା ନେବାକୁ ବାକି ଅଛନ୍ତି ଆହୁରି ୨୧ ଲକ୍ଷ ଲୋକ। ତେବେ ସେମାନଙ୍କୁ କିପରି ଶୀଘ୍ର ଟିକାକରଣ କରାଯିବ ଏଥିପାଇଁ ଘର ଘର ବୁଲି ସେମାନଙ୍କୁ ଚିହ୍ନଟ କରି ଟିକା ଦେବାକୁ ବ୍ୟବସ୍ଥା କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ଉଭୟ ଡୋଜ ୫ କୋଟି ୬୨ ଲକ୍ଷ ଦିଆସରିଲାଣି । ଏହା ଭିତରୁ ୯୩.୫ ପ୍ରତିଶତ ପ୍ରଥମ ଓ ୭୪ ପ୍ରତିଶତ ଦ୍ବିତୀୟ ଡୋଜ ରହିଛି। ସେହିପରି ୧୫ରୁ ୧୮ବର୍ଷ ଭିତରେ ୧୪ ଲକ୍ଷରୁ ଅଧିକ ଟିକା ଦିଆ ସରିଛି । ଯାହା କି ଟାର୍ଗେଟରୁ ୫୯ ପ୍ରତିଶତ । ଏହାସହ ୩ ଲକ୍ଷ ୮୭ହଜାର ପ୍ରିକସନ ଡୋଜ ଦିଆ ସରିଛି। ଗୁରୁବାର ରାଜ୍ୟରେ ୩୨୬୨ଟି ଟିକାକରଣ କେନ୍ଦ୍ରରେ ଟିକାକରଣ ଜାରି ରହିଥିବା ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି ।