ରଶି ଲଗାଇ ବିବାହିତ ମହିଳାଙ୍କ ଆମ୍ôହତ୍ୟା

Mar 29, 2019 - 05:44
 171
ଅନୁଗୋଳ/,୨୮/୩(ସକାଳଖବର): ବଅଁରପାଳ ଥାନା ଅନ୍ତର୍ଗତ ତଳମୂଳ ଗାଁରେ ଜଣେ ବିବାହିତ ମହିଳା ରଶି ଲଗାଇ ଆତ୍ମହତ୍ୟା କରିଛି । ପୁଲିସ ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ଘଟଣାରୁ ପ୍ରକାଶ ଯେ ବଅଁରପାଳ ଅଞ୍ଚଳର ତଳମୂଳ ଗାଁର ହରେଶ କୁମାର କର ଗତ ୪ବର୍ଷ ତଳେ ଢେ଼ଙ୍କାନାଳ ସାଆଳା-ତଳବେରେଣା ଗାଁରେ ଲୀନାରାଣୀ କରକୁ ବିବାହ କରିଥିଲା । ବିବାହ ୪ବର୍ଷ ବିତିଯାଇଛି ତାଙ୍କର ଏକ କନ୍ୟା ସନ୍ତାନ ମଧ୍ୟ ରହିଛି । ଗତ କିଛି ଦିନ ସ୍ୱାମୀ, ସ୍ତ୍ରୀ ମଧ୍ୟରେ ପାତିତୁଣ୍ଡ ହୋଇଥିଲା । ଗତକାଲି ସନ୍ଧ୍ୟାରେ ପାଲା ଦେଖିବାକୁ ନେଇ ସାମାନ୍ୟ ବଚସା ହୋଇଥିଲା । ବିଳମ୍ବିତ ରାତିରେ ଲୀନାରାଣୀ ଘର ଭିତରେ ରଶି ଲଗାଇ ଆତ୍ମହତ୍ୟା କରିଥିଲା । ପରିବାର ଲୋକ ଜାଣିଲା ପରେ ଲୀନା ଅନୁଗୋଳ ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ । କିନ୍ତୁ ଏଠାରେ ମୃତ୍ୟୁ ହୋଇସାରିଥିଲା । ଏହି ଖବର ପାଇ ବଅଁରପାଳ ପୋଲିସ ଡ଼ାକ୍ତରଖାନାରେ ପହଞ୍ଚô ଶବ ବ୍ୟବଚ୍ଛେଦ କରାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।