ମୁଖ୍ୟମନ୍ତ୍ରୀଙ୍କ ମାଲକାନଗିରି ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

Jul 25, 2018 - 19:44
 187
ମୁଖ୍ୟମନ୍ତ୍ରୀଙ୍କ ମାଲକାନଗିରି ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ମାଲକାନଗିରି ୨୫/୦୭ (ସକାଳଖବର): ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବିଚ୍ଛିନ୍ନାଂଚଳବାସୀଙ୍କ ବହୁ ପ୍ରତିକ୍ଷିତ ଗୁରୁପ୍ରିୟା ସେତୁ ଓ ଜିଲ୍ଲା ସଦର ମହକୁମାରେ ସାତ ମହଲା ବିଶିଷ୍ଟ ମୁଖ୍ୟ ଚିକିତ୍ସାଳୟର ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ହୋଇସାରିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଚିତ୍ରକୋଣ୍ଡା ଥାନା ଜାନବାଇ ଅଂଚଳରେର ଉଦଘାଟନ ହେବାକୁ ଗୁରୁପ୍ରିୟା ସେତୁ ମାଓପ୍ରବଣ ହୋଇଥିବାରୁ ଏଠାରେ ସୁରକ୍ଷା ପାଇଁ ୬ ପ୍ଲାଟୁନ ଫୋସ ସହ ଡିଭିଏଫ, ବିଏସଏଫ ଯବାନକୁ ନିୟୋଜିତ ହୋଇଛନ୍ତି । ଆଜି ମନ୍ତ୍ରୀ ଚନ୍ଦ୍ରସାରଥି ବେହେରା, ସାଂସଦ ବଳଭଦ୍ର ମାଝୀ, ଜିଲ୍ଲାପାଳ ମନିଷ ଅଗ୍ରୱାଲ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା ପ୍ରମୁଖ ଗୁରୁପ୍ରିୟା ସେତୁର ସୁରକ୍ଷା ବ୍ୟବସ୍ଥା ତଦାରଖ କରି ଫେରିଥିବା ଜଣାପଡ଼ିଛି । ସେହିପରି ଜିଲ୍ଲା ସଦର ମହକୁମା ଏମ.ଭି. ୩ ବିଏସଏଫ କ୍ୟାମ୍ପଠାରୁ ସାଧାରଣ ସଭା ହେବାକୁ ଥବବା ଷ୍ଟାଡିୟମ ପର୍ଯ୍ରନ୍ତ ମୁଖ୍ୟ ରାସ୍ତାର ଉଭୟ ପଟରେ ବେରିକଡ଼ କରାଯିବା ସହ ଷ୍ଟାଡ଼ିୟମ ଚତୁଃପାଶ୍ୱର୍ରେ ବହୁ ସଂଖ୍ୟାରେ ଫୋର୍ସ ମୂତୟନ କରାଯାଇଛି । ମୁଖ୍ୟମନ୍ତ୍ରୀ ଷ୍ଟାଡିୟମଠାରେ ସାଧାରଣ ସଭାରେ ବିଭିନ୍ନ ହିତାଧିକାରୀଙ୍କୁ ସରକାରୀ ସହାୟତା ପ୍ରଦାନ କରିବେ । ଏହି ଅବସରରେ ମାଲକାନଗିରି ଜିଲ୍ଲା ପାଇଁ କେଉଁ ଯୋଜନା ଘୋଷଣା କରିବେ ସେ ନେଇ ଚାହିଁ ବସିଛନ୍ତି ଜିଲ୍ଲାବାସୀ ।