ମିଳୁନି ବିହନ, ଚିନ୍ତାରେ ଚାଷୀ

Jun 21, 2018 - 19:29
 205
ମିଳୁନି ବିହନ,  ଚିନ୍ତାରେ ଚାଷୀ
ଭୁବନେଶ୍ୱର, ୨୧/୬(ସକାଳଖବର): ଚାଷ ତରତର ବଣିଜ ମଠ । ଚାଷ କାମ ତରତର ହୋଇ ନକଲେ ଚାଷୀକୂଳ ଅସୁବିଧାରେ ପଡିବ । ଏକଥା ଓଡିଶାର ଲୋକକଥାରେ ରହିଛି । ତେବେ •ଷ କାମ ପାଇଁ ତରତର ହୋଇ ଚାଷୀ ନିଜର କାର୍ଯ୍ୟ କରିଥିଲେ ମଧ୍ୟ ବିହନ ନମିଳିବା ହେତୁ ଅଡୁଆରେ ପଡିଯାଇଛନ୍ତି ରାଜ୍ୟର ଚାଷୀ । ଚାଷ କାମ ପାଇଁ ଚଳିତବର୍ଷ ଚାଷୀ ଜମିକୁ ପ୍ରସ୍ତୁତ କରି ରଖିଥିବା ବେଳେ ବିହନ ନମିଳିବାକୁ ନେଇ ଚାଷୀକୂଳଙ୍କ ଚିନ୍ତା ବଢିଯାଇଛି । କୃଷି ବିଭାଗ ପକ୍ଷରୁ ସମବାୟ ସମିତି ଓ କିଛି ବେସରକାରୀ ସଂସ୍ଥାକୁ ସୁବିଧାରେ ବିହନ ଯୋଗାଇ ଦେବାର କାମ ଦେଇ ଏବେ ନିଜ ମୁଣ୍ଡରୁ ଦାୟିତ୍ୱ ଖସାଇବା ପାଇଁ ଉଦ୍ୟମ କରିଛି ବୋଲି ଅଊିଯୋଗ ହୋଇଛି । ବିହନ ନମିଳିବା ହେତୁ ଏବେ ସାରା ରାଜ୍ୟର ଚାଷୀ କୂଳ ଚିନ୍ତାରେ ପଡିଯାଇଛନ୍ତି । ଯାହାଫଳରେ ଚଳିତବର୍ଷ •ଚାଷକାମ ଏକପ୍ରକାର ବାଧାପ୍ରାପ୍ତ ହେବ ବୋଲି ସ୍ପଷ୍ଟ ହୋଇଛି । ଏହିପରି ସ୍ଥିତିରେ କୃଷିବିଭାଗର ନୀରବତା ନେଇ ପ୍ରଶ୍ନ ଉଠିଛି । କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ନିଜ ଜିଲା ପୁରୀର ପିପିଲି, ଗୋପ, ଡେଲାଙ୍ଗ ଅ ଳରେ ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହୋଇଛି । ସେହିପରି ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲାରେ ମଧ୍ୟ ସମାନ ସ୍ଥିତି । ଅକ୍ଷୟ ତୃତୀୟ ଠାରୁ ଚାଷୀ କୂଳ ଜମି ହଳ କରି ଚାଷ ପାଇଁ ଅପେକ୍ଷା କରି ରହିଛି । ଚାଷୀମାନଙ୍କୁ ସବସିଡିରେ ସମସ୍ତ ସାମଗ୍ରୀ ଯୋଗାଇ ଦେବାର ବ୍ୟବସ୍ଥା ଥିବା ବେଳେ ଏହାର ସୁଫଳ ପାଉନାହାନ୍ତି ଚାଷୀ । ସେପେଟ ବିହନର ସମସ୍ୟା ଏବେ ଚାଷୀ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ୧୦୦୯, ସ୍ୱର୍ଣ୍ଣ, ପୂଜା, ସାରଳା ପରି ବିହନ ଯେଉଁଠି ଯୋଗାଯାଉଛି ତାହା ମଧ୍ୟ ଅଧିକ ମୂଲ୍ୟରେ । କମ ମୂଲ୍ୟରେ ଅଧିକ ଉତ୍ପାଦନ ପାଇଁ ସରକାର ପ୍ରଚାର କରୁଥିବା ତାହା ବାସ୍ତବରେ ଘୋଷଣାରେ ରହିଯାଇଛି । ଚାଷୀକୂଳ ଘରୋଇ ବିହନ ବ୍ୟବହାର କରି ଏବେ ସର୍ବସ୍ୱାନ୍ତ ହେଉଥିଲେ ମଧ୍ୟ କୃଷିମନ୍ତ୍ରୀ ବେଫିକର । କୃଷିମନ୍ତ୍ରୀଙ୍କର ଏପରି କାମକୁ ସମାଲୋଚନା କରିଛନ୍ତି ବିରୋଧୀ । ଏଥିସହ ସରକାରଙ୍କୁ କାଠଗଡାକୁ ଟାଣିଛନ୍ତି କଂଗ୍ରେସ ଓ ବିଜେପି । କଂଗ୍ରେସ ପକ୍ଷରୁ ଚାଷୀ ସମସ୍ୟାକୁ ନେଇ ସରକାରଙ୍କୁ ଘେରିବା ପାଇଁ ରଣନୀତି କରିବାକୁ ଯାଉଥିବା କହିଛନ୍ତି କିଷାନ କଂଗ୍ରେସ ଅଧ୍ୟକ୍ଷ ଅମୀୟ ପଟ୍ଟନାୟକ । ସେପଟେ ସରକାରଙ୍କୁ ସମାଲୋଚନା କରିଛି ବିଜେପି କୃଷକମୋର୍ଚ୍ଚା । ରାଜ୍ୟ ସରକାର କେବଳ ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି କହିଛନ୍ତି ଦଳର ସାଧାରଣ ସମ୍ପାଦକ ସୁରଥ ବିଶ୍ୱାଳ ।