ମହିମା ମିଶ୍ରଙ୍କ ଦୁଇ ନିୟମିତ ଜାମିନ ଉପରେ ଶୁଣାଣି ଆଜି

Jul 10, 2018 - 15:31
 189
କଟକ,୧୦ା୭(ସକାଳଖବର): ପାରାଦୀପ ତାରିଣୀଗଡ଼ା ଗୁଳିକାଣ୍ଡ ଓ ମଧୁପାଟଣା ପ୍ରେସ ଛକ ଗୁଳିକାଣ୍ଡ ଓ ବୋମାମାଡ଼ ମାମଲାରେ ଶିଳ୍ପପତି ମହିମାନନ୍ଦ ମିଶ୍ରଙ୍କ ଦୁଇଟି ନିୟମିତ ଜାମିନ ଆବେଦନ ଉପରେ ହାଇକୋର୍ଟ ଜଷ୍ଟିସ ଦେବବ୍ରତ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଆସନ୍ତାକାଲି ଶୁଣାଣି ପାଇଁ ଧାର୍ଯ୍ୟ କରିଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଜୟଦୀପ ପାଲ ମାମଲା ପରିଚାଳନା କରୁଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ, ୨୦୧୬ ମସିହା ମେ ମାସ ୨୯ ତାରିଖ ରାତିରେ ତାରିଣୀଗଡା ନିକଟରେ ଦୁଇ ଯୁବକ ଜ୍ୟୋତିକାନ୍ତ ପରିଡା ଓରଫ୍ ବାପୁ ଓ ଆଶୁତୋଷ ସ୍ୱାଇଁ ଓରଫ ବାବୁଙ୍କୁ ଦୁର୍ବୃତ୍ତମାନେ ଗୁଳି କରିଥିଲେ । ଗୁରୁତର ଅବସ୍ଥାରେ ଉଭୟଙ୍କୁ ପ୍ରଥମେ ସ୍ଥାନୀୟ ଚିକିତ୍ସାଳୟ ଓ ପରେ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ।