ମହାନଦୀ ସମ୍ପର୍କରେ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ସହ ପସିସି ସଭାପତିଙ୍କ ଆଲୋଚନା

Dec 19, 2018 - 18:42
 172
ମହାନଦୀ ସମ୍ପର୍କରେ  ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ସହ ପସିସି ସଭାପତିଙ୍କ ଆଲୋଚନା
ଭୁବନେଶ୍ୱର,୧୯/୧୨(ସକାଳଖବର): କଂଗ୍ରେସ ଶାସିତ ରାଜ୍ୟ ମଧ୍ୟପ୍ରଦେଶ ଏବଂ ଛତିଶଗଡରେ କଂଗ୍ରେସ ମୁଖ୍ୟମନ୍ତ୍ରୀମାନେ ନିର୍ବାଚନ ପ୍ରତିଶ୍ରୁତି ଅନୁଯାୟୀ କୃଷି ଋଣ ଛାଡ୍ କରିବାକୁ ବିଧିବଦ୍ଧ ଘୋଷଣା କରିଛନ୍ତି । ଓଡିଶାର ମୁଖ୍ୟମନ୍ତ୍ରୀ ରାଜ୍ୟର ଚାଷୀମାନଙ୍କ ପାଇଁ ଋଣ ଛାଡ୍ କରିବାକୁ କାହିଁକି ପଛଘୁଂଚା ଦେଉଛନ୍ତି? ଚାଷୀ ମାନଙ୍କ ସମସ୍ୟାକୁ ନେଇ ଦିଲ୍ଲୀରେ ବିକ୍ଷୋଭ ପ୍ରଦର୍ଶନ କରିବା ନେଇ ଯେଉଁ ନାଟକବାଜି ଆରମ୍ଭ କରିଛନ୍ତିି ସେଥିରୁ ନିବୃତ ରୁହନ୍ତୁ ଏବଂ ଚାଷୀ ମନଙ୍କ ଋଣ ଛାଡ୍ କରାଯାଉ ବୋଲି ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା ଦାବି କରିଛନ୍ତି । ଅନ୍ୟପକ୍ଷରେ ପିସିସି ସଭାପତି ନିରଂଜନ ପଟ୍ଟନାୟକ ମହାନଦୀ ବିବାଦ ନେଇ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଆଲୋଚନା ପରେ ଶ୍ରୀ ପଟ୍ଟନାୟକ ସାମ୍ବଦିକମାନଙ୍କୁ କହିଛନ୍ତି ଯେ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ସହ ମହାନଦୀ ସମସ୍ୟା ନେଇ ସକରାତ୍ମକ ଆଲୋଚନା କରାଯାଇଛି । ଏସମ୍ପର୍କରେ ରାଜ୍ୟର ଗୋଟିଏ ଟିମ୍ ଛତିଶଗଡ ଯାଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି ସେ କହିଛନ୍ତି ।