ମହତାବଙ୍କ ଅବଦାନ ଅତୁଳନୀୟ : ଧର୍ମେନ୍ଦ୍ର

Nov 21, 2018 - 18:45
 152
ଭୁୁବନେଶ୍ୱର, ୨୧/୧୧(ସକାଳଖବର): ରାଜ୍ୟସ୍ତରୀୟ ୧୧୯ତମ ଡ଼ ହରେକୃଷ୍ଣ ମହତାବ ଜୟନ୍ତୀ ରାଜଧାନୀରେ ଧୁମ୍ଧାମ୍ରେ ପାଳିତ ହୋଇଯାଇଛି । ପୂବାହ୍ନରେ ଜୟନ୍ତୀ କମିଟି ପକ୍ଷରୁ ପିଏମ୍ଜି ଛକଠାରେ ଏକ ସଭା କମିଟିର ସାଧାରଣ ସମ୍ପାଦକ ତଥା ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟଙ୍କ ଅଧ୍ୟକ୍ଷତାରେ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଯୋଗଦେଇ କହିଥିଲେ ଯେ, ରାଜ୍ୟରେ ମହତାବଙ୍କ ଅବଦାନ ଅତୁଳନୀୟ । ଏବେ ରାଜ୍ୟରେ ବିୟର କମ୍ପାନି ପାଇଁ ଜମି ମିଳୁଛି ଅଥଚ ପାଇକ ସ୍ମାରକୀ ପାଇଁ ଜମି ମିଳୁନି । ଏହି ଅବସରରେ ସେ ସମସ୍ତ ପାଇକ ଦାୟଦ ଓ ମୁରବି ମାନଙ୍କୁ ଅନୁରୋଧ କରି କହିଥିଲେ ଯେ, ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଜମି ଦେବା ପାଇଁ କୁହନ୍ତୁ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ ଯେ, ଅଗରପଡ଼ାରେ ମହତାବଙ୍କ ପ୍ରତିମୂର୍ତି ପାଇଁ ଜମି ନମିଳିଲେ ଅନଶନ କରାଯିବ । ଅନୁଷ୍ଠାନର ସଭାପତି ତଥା ପୂର୍ବତନ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ଏଥିରେ ଯୋଗଦେଇ କହିଥିଲେ ଯେ, ଅଗରପଡ଼ାରେ ମହତାବଙ୍କ ପ୍ରତିମୂର୍ତି ଓ ପାଇକ ସ୍ମାରକୀ ପାଇଁ ଜମି ନିମିଳିବା ଆଶ୍ଚର୍ଯ୍ୟ ଲାଗୁଛି । ଏଥି ପାଇଁ ପାଇକ ସମାଜ ଏକାଠି ହେବାକୁ ଆହ୍ୱାନ ଦେଇଥିଲେ । ବିଜେପି ନେତା ଅମିୟ ଦାଶ ଏହି ଅବସରରେ କହିଥିଲେ ଯେ, ସବୁ ମହାପୁରୁଷଙ୍କୁ ସମ୍ମାନ ମିଳିବା ଉଚିତ୍, ବରୁଣେଇରେ ପାଇକ ଐତିହ୍ୟ ସ୍ମାରକି ପାଇଁ କେନ୍ଦ୍ର ସରକାର ୯୦କୋଟି ଦେଇଥିବା ବେଳେ ଜମି ନମିଳିବାରୁ ଏହା ହୋଇ ପାରୁନାହିଁ । ଅନ୍ୟ ମାନଙ୍କ ମଧ୍ୟରେ କିଶୋର ଜେନା, ଜଗନ୍ନାଥ ପ୍ରଧାନ ଅଭିଭାଷଣ ପ୍ରଦାନ କରିଥିଲେ । ଏହି ଉପଲକ୍ଷେ ବିଭିନ୍ନ କ୍ଷେତ୍ରରେ ଉଲେଖନୀୟ ଅବଦାନ ପାଇଁ ଆଇନଜୀବୀ ପରିଷଦର ସଭ୍ୟ ଚିନ୍ମୟ ମହାନ୍ତି, ବିଶିଷ୍ଟ ଶିକ୍ଷାବିତ୍ ଅଧ୍ୟାପକ ପ୍ରସନ୍ନ ଚୌଧୁରୀ, ଶିକ୍ଷୟତ୍ରୀ ସସ୍ମିତା ମହାପାତ୍ର, ରାଜଶ୍ରୀ ସାମନ୍ତରାୟ, ରମେଶ ସାହୁ, ଦେବସ୍ମିତା ମହାନ୍ତି, ଚନ୍ଦ୍ର ଶେଖର ଗୁମାନସିଂ ଓ ବହୁ ବିଶିଷ୍ଟ ପ୍ରତିଭାବାନଙ୍କୁ ଡ଼ ହରେକୃଷ୍ଣ ମହତାବ ସମ୍ମାନ ପ୍ରଦାନ କରାଯାଇଥିଲା । ଏହାପରେ ସେଠାରୁ ପାଇକଦଳ ବନାଟି, କୁସ୍ତି, ପାରମ୍ପରିକ ଖଣ୍ଡା ଖେଳ, ବାଡ଼ି ଖେଳ ପ୍ରଦର୍ଶନ କରି ମହତାବଙ୍କ ବାସଭବନ ଏକାମ୍ର ନିବାସକୁ ଯାଇଥିଲେ । ଏକାମ୍ର ନିବାସ ଠାରେ ଏକ ସଭା କରାଯାଇଥିଲା । ଶ୍ରୀ ରାଉତରାୟଙ୍କ ଅଧ୍ୟକ୍ଷତାରେ ସେଠାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡେ଼ଇ, ସନ୍ତୋଷ ମହାନ୍ତି, ସମିର ମହାନ୍ତି, ସଚି ସୁନ୍ଦରାୟ, ପ୍ରମୁଖ ଅଭିଭାଷଣ ପ୍ରଦାନ କରିଥିଲେ । ସେହିପରି ସନ୍ଧ୍ୟାରେ ସ୍ଥାନୀୟ ବଢେ଼ଇବାଙ୍କ ଛକଠାରେ ମହତାବଙ୍କ ସ୍ମୃତି ଚାରଣ କରାଯାଇଥିଲା ।