ମଣିପାଲ ହସ୍ପିଟାଲ ଭୁବନେଶ୍ଵର ପକ୍ଷରୁ ଏୟାର ଆମ୍ବୁଲାନ୍ସ ,ବାଇକ୍ ଆମ୍ବୁଲାନ୍ସ ଏବଂ ରୋଡ୍ ଆମ୍ବୁଲାନ୍ସ ସେବା ଆରମ୍ଭ

May 28, 2024 - 09:51
 54
ମଣିପାଲ ହସ୍ପିଟାଲ ଭୁବନେଶ୍ଵର ପକ୍ଷରୁ ଏୟାର ଆମ୍ବୁଲାନ୍ସ ,ବାଇକ୍ ଆମ୍ବୁଲାନ୍ସ ଏବଂ ରୋଡ୍ ଆମ୍ବୁଲାନ୍ସ ସେବା ଆରମ୍ଭ

 ସକାଳଖବର:ଭୁବନେଶ୍ଵର,୨୭/୦୫ବିଶ୍ୱ ଜରୁରୀକାଳୀନ ଚିକିତ୍ସା ଦିବସ ଅବସରରେ ଓଡ଼ିଶାବାସୀଙ୍କ ପାଇଁ ଜରୁରୀକାଳୀନ ଚିକିତ୍ସା ସେବା ଯୋଗାଇବା ପାଇଁ ମଣିପାଲ ହସ୍ପିଟାଲ ଭୁବନେଶ୍ଵର ପକ୍ଷରୁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପର ଆରମ୍ଭ କରାଯାଇଛି। ଭୁବନେଶ୍ବରରେ ଉପଲବ୍ଧ ସ୍ୱାସ୍ଥ୍ୟସେବାର ଗୁଣାତ୍ମକ ମାନ ବୃଦ୍ଧି କରିବା ପାଇଁ ମଣିପାଲ ହସ୍ପିଟାଲ ଦ୍ୱାରା ଏହି ନୂତନ ସେବାର ଶୁଭାରମ୍ଭ କରାଯାଇଛି। ମଣିପାଲ ହସ୍ପିଟାଲ ଭୁବନେଶ୍ଵର ଓଡ଼ିଶାରେ ଜରୁରୀକାଳୀନ ଚିକିତ୍ସା ସେବା ପ୍ରଦାନ କରିବା ପାଇଁ ରୋଡ୍ ଆମ୍ବୁଲାନ୍ସଏୟାର ଆମ୍ବୁଲାନ୍ସ ଏବଂ ବାଇକ୍ ଆମ୍ବୁଲାନ୍ସ ସେବା ଆରମ୍ଭ କରିଛି।  "ମଣିପାଲ ଆଡଭାନ୍ସଡ ରେସପନ୍ସ ସିଷ୍ଟମ" (ମାର୍ସମାଧ୍ୟମରେ ଏହାକୁ ଆରମ୍ଭ କରାଯାଇଛି। ଜରୁରୀକାଳୀନ ପରିସ୍ଥିତି ପାଇଁ ହେଲପ ଲାଇନ ନମ୍ବର ୦୬୭୪ ୬୬୬୬୬୬୬ ଜାରି କରାଯାଇଛି  ଷ୍ଟ୍ରୋକ୍ଦୁର୍ଘଟଣାହୃଦଘାତଟ୍ରମା ସମେତ ଯେକୌଣସି ଜରୁରୀ କାଳୀନ ପରିସ୍ଥିତି ପାଇଁ କଲ୍ କରି ପାରିବେ ଏହି ନମ୍ବରକୁ କଲ୍ କରି ୨୪ ଘଣ୍ଟିଆ ସେବାର ବ୍ୟବହାର କରିପାରିବେ। ଜରୁରୀକାଳୀନ ସେବାକୁ ଲକ୍ଷ୍ୟ କରି ମଣିପାଲ ହସ୍ପିଟାଲ ଭୁବନେଶ୍ଵର ପକ୍ଷରୁ ମଣିପାଲ ଜରୁରୀକାଳୀନ ସ୍ୱାସ୍ଥ୍ୟ କାର୍ଡ (ଏମଇଏଚସିମଧ୍ୟ ଆରମ୍ଭ କରିଛି। ଏହି କାର୍ଡ ଦ୍ୱାରା ତୁରନ୍ତ  ବ୍ୟକ୍ତିଗତ ଚିକିତ୍ସା ପାଇପାରିବେ ରୋଗୀ। ଏହି କାର୍ଡ ଥିଲେ ଜରୁରୀକାଳୀନ ପରିସ୍ଥିତିରେ ଚିକିତ୍ସା ପାଇଁ ଆଉ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ତୁରନ୍ତ ଚିକିତ୍ସା ପାଇଁ ଏହି କାର୍ଡର ଉପଯୋଗ ପାଇପାରିବେ ରୋଗୀ। ଯାହାକି ଅତ୍ୟନ୍ତ ଫଳପ୍ରଦ ହେବ। ବାର୍ଷିକ ୪୯୯୯ ଟଙ୍କା ଫି ଭରି ଏହି କାର୍ଡର ଉପଯୋଗ ପାଇପାରିବେ।

ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ସମୟରେ 'ମାର୍ସଚିକିତ୍ସାସେବା ଯୋଗାଇବା ପାଇଁ ଲକ୍ଷ୍ୟ ରଖିଛି। 'ମାର୍ସଦ୍ୱାରା ଆରମ୍ଭ ହୋଇଥିବା ଅତ୍ୟାଧୁନିକ ସଡ଼କ ଆମ୍ବୁଲାନ୍ସରେ ଭେଣ୍ଟିଲେଟରଡେଫିବ୍ରିଲେଟରମନିଟରବିଲ୍ଟ-ଇନ୍ ଇସିଜି ମେସିନ୍ସିରିଞ୍ଜ ପମ୍ପ ଆଦି ଜୀବନ ରକ୍ଷାକାରୀ ଉପକରଣ ରହିଛିଯାହା ରୋଗୀଙ୍କୁ ପରିବହନ ସମୟରେ ଗୁରୁତର ରୋଗୀଙ୍କ ନିରନ୍ତର ତଦାରଖ କରିପାରିବ ଏବଂ ଚିକିତ୍ସାପୋଯୋଗୀ ହୋଇପାରିବ। ବାଇକ୍ ଆମ୍ବୁଲାନ୍ସ ଦ୍ୱାରା ସମୟ ପୂର୍ବରୁ ଉତ୍ତମ ଚିକିତ୍ସା ଯୋଗାଇ ପାରିବ। ଏୟାର ଆମ୍ବୁଲାନ୍ସ ସେବାରେ ଦୀର୍ଘ ଦୂରତା ଜରୁରୀକାଳୀନ ପରିସ୍ଥିତି ପାଇଁ କ୍ରିଟିକାଲ କେୟାର ଏୟାର ଟ୍ରାନ୍ସପୋର୍ଟ ଯୋଗାଇବ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ମୁଖ୍ୟ ଅତିଥି ସମ୍ବୋଧିତ କରି ପୋଲିସ ଡେପୁଟି କମିଶନର ଶ୍ରୀଯୁକ୍ତ ପ୍ରତୀକ୍ ସିଂହ କହିଥିଲେ, "ମଣିପାଲ ହସ୍ପିଟାଲ ପକ୍ଷରୁ 'ମାର୍ସ ମଣିପାଲ ଜରୁରୀକାଳୀନ ସ୍ୱାସ୍ଥ୍ୟ କାର୍ଡର ଶୁଭାରମ୍ଭ ଓଡ଼ିଶାର ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ପାଇଁ ଏକ ଐତିହାସିକ ମୁହୂର୍ତ୍ତ। ଆମ ରାଜ୍ୟର ସୁସ୍ଥ ଭବିଷ୍ୟତ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।ସେହିପରି ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଶକ୍ତିମୟ ମହାପାତ୍ର କହିଥିଲେ ଯେ, "ମଣିପାଲ ହସ୍ପିଟାଲରେ ଆମେ ସାଧାରଣ ଲୋକଙ୍କୁ ଉନ୍ନତ ମାନର ଜରୁରୀକାଳୀନ ସେବା ଯୋଗାଇବା ପାଇଁ ସମର୍ପିତ। 'ମାର୍ସଦ୍ୱାରା ଚିକିତ୍ସା ସେବାକୁ ଦ୍ରୁତ ଗତିରେ ରୋଗୀଙ୍କ ପାଖରେ ପହଞ୍ଚାଇବାକୁ ସୁନିଶ୍ଚିତ କରାଯିବ।

ମଣିପାଲ ହସ୍ପିଟାଲ ବିଷୟରେ :-ଗୁଣାତ୍ମକ ସ୍ବାସ୍ଥ୍ୟସେବା ଯୋଗାଇ ଦେଉଥିବା ମଣିପାଲ ହସ୍ପିଟାଲ ଶୃଙ୍ଖଳା ଭାରତର ସର୍ବୋତ୍ତମ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀଙ୍କ ମଧ୍ୟରୁ ଅନ୍ୟତମ  ଏହା ପ୍ରତିବର୍ଷ  ନିୟୁତ ରୋଗୀଙ୍କର ଚିକିତ୍ସା କରି ଆସୁଛି  ଏହା ସୁଲଭ ମୂଲ୍ୟରେ ଉନ୍ନତ ମାନର ସ୍ବାସ୍ଥ୍ୟସେବା ଜନିତ ବିକାଶ ଉପରେ ଗୁରୁତ୍ଵ ଦେଇଥାଏ  ଭାରତର ୧୭ଟି ସହରରେ ଏହାର ୩୩ଟି ଶାଖା ରହିଥିବା ବେଳେ ,୫୦୦ ଶଯ୍ୟା ସହିତ ,୦୦୦ ଅଭିଜ୍ଞ ଡାକ୍ତର  ୧୫,୦୦୦ କର୍ମଚାରୀ ଏଠାରେ କାର୍ଯ୍ୟ କରୁଛନ୍ତି 

ମଣିପାଲ ହସ୍ପିଟାଲ ଶୃଙ୍ଖଳା ବିଶ୍ବର ବିଭିନ୍ନ ସ୍ଥାନରୁ ଆସୁଥିବା ବହୁ ରୋଗୀଙ୍କ ପାଇଁ ବ୍ୟାପକ ଏବଂ ପ୍ରତିଷେଧକ ଚିକିତ୍ସା ଯୋଗାଇଥାଏ ଏହା ଏନଏବିଏଚଏଏଏଚଆରପିପି ସ୍ବୀକୃତିପ୍ରାପ୍ତ ଏବଂ ଏହା ଅଧୀନରେ ିବା ଅଧିକାଂଶ ହସ୍ପିଟାଲ ଏନଏବିଏଲଇଆରବଡ ବ୍ୟାଙ୍କ ଦ୍ବାରା ଅନୁମୋଦିତ ଏବଂ ନସିଂ ଏକ୍ସଲେନ୍ସ ନିମନ୍ତେ ସ୍ବୀକୃତିପ୍ରାପ୍ତ  ଭିନ୍ନ ଭିନ୍ନ ଉପଭୋକ୍ତା ସର୍ବେକ୍ଷଣ ମାଧ୍ୟମରେ ମଣିପାଲ ହସ୍ପିଟାଲ ଶୃଙ୍ଖଳା ଭାରତର ସବୁଠାରୁ ସମ୍ମାନିତ ତଥା ରୋଗୀଙ୍କୁ ସୁପାରିଶ କରାଯାଉଥିବା ଚିକିତ୍ସାଳୟ ଭାବରେ ମାନ୍ୟତା ପାଇଛି