ବଡ଼ ବ୍ୟବଧାନରେ ଜିତିଲା ବିଜେଡି, ସୁଲୋଚନା ଦାସ ଭୁବନେଶ୍ବରର ନୂଆ ମେୟର

Mar 26, 2022 - 15:36
 53
ବଡ଼ ବ୍ୟବଧାନରେ ଜିତିଲା ବିଜେଡି, ସୁଲୋଚନା ଦାସ ଭୁବନେଶ୍ବରର ନୂଆ ମେୟର
ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ପାଇଁ ହୋଇଥିବା କର୍ପୋରେଟର ଓ ମେୟର ନିର୍ବାଚନରେ ବିଜେଡିକୁ ବଡ଼ ସଫଳତା ମିଳିଛି। ବିଜେଡି ମେୟର ପ୍ରାର୍ଥିନୀ ସୁଲୋଚନା ଦାସଙ୍କୁ ଭୁବନେଶ୍ବରବାସୀ ବିଜୟୀ କରାଇଛନ୍ତି। ସୁଲୋଚନା ଦାସ ୬୧ ହଜାର ୧୪୩ ଖଣ୍ଡ ଭୋଟ ବ୍ୟବଧାନରେ ତାଙ୍କର ନିକଟତମ ପ୍ରାର୍ଥିନୀ ବିଜେପିର ସୁନୀତି ମୁଣ୍ଡଙ୍କୁ ପରାସ୍ତ କରିଛନ୍ତି। ବିଜେଡି ପ୍ରାର୍ଥିନୀ ସୁଲୋଚନା ୧୭୪୫୬୨ ଖଣ୍ଡ ଭୋଟ୍‌ ପାଇଥିବା ବେଳେ ବିଜେପି ପ୍ରାର୍ଥିନୀ ତଥା ନିକଟତମ ପ୍ରତିନ୍ଦ୍ବନ୍ଦ୍ବୀ ସୁନୀତି ମୁଣ୍ଡଙ୍କୁ ୧୧୩୪୧୯ ଖଣ୍ଡ ଭୋଟ୍‌ ମିଳିଛି। ତେବେ ବିଏମ୍‌ସି ମେୟର ପାଇଁ ନିର୍ବାଚନ ଳଢ଼ିଥିବା କଂଗ୍ରେସ ପ୍ରାର୍ଥିନୀ ମଧୁସ୍ମିତା ଆଚାର୍ଯ୍ୟଙ୍କୁ ୧୧୦୦୬ ଖଣ୍ଡ ଭୋଟ ମିଳିଛି। ସେ ତୃତୀୟ ସ୍ଥାନରେ ରହିଛନ୍ତି।