ବ୍ୟବସାୟୀଙ୍କୁ ନିର୍ମମ ହତ୍ୟାତ, ଜଣେ ଅଟକ

Dec 19, 2021 - 05:44
 72
ବ୍ୟବସାୟୀଙ୍କୁ ନିର୍ମମ ହତ୍ୟାତ, ଜଣେ ଅଟକ
ବାଲେଶ୍ୱର ୧୯।୧୨: ବ୍ୟବସାୟୀଙ୍କୁ ନିର୍ମମ ହତ୍ୟା । ମୃତକଙ୍କ ମୃତ ବ୍ୟକ୍ତି ଜଣକ ହେଲେ ଅରଡ ବଜାରର ରବି ସିଂ ବୋଲି ଜଣାପଡିଛି । ସେ ମାଛ ବ୍ୟବସାୟ କରନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ବାଲେଶ୍ୱର ଅରଡ଼ ବଜାର ଗଳାପୋଲ ନିକଟରେ ଜଣେ ମାଛ ବ୍ୟବସାୟୀଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ହୋଇଥିବା ସୂଚନା ମିଳିଛି । ଘଟଣାରେ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ଜଣେ ବ୍ୟକ୍ତିକୁ ଅଟକ ରଖି ପଚରାଉଚରା କରୁଛି । କେଉଁ ପରିସ୍ଥିତିରେ ଓ କିଭଳି ହତ୍ୟା ହେଲା , ସେନେଇ ଖୋଳତାଡ଼ କରୁଛି ସହଦେବଖୁଣ୍ଟା ପୋଲିସ ।