ବୃଦ୍ଧଙ୍କୁ କଚାଡି ମାରିଲା ହାତୀ

Feb 19, 2023 - 07:04
 31
ବୃଦ୍ଧଙ୍କୁ କଚାଡି ମାରିଲା ହାତୀ
ଢେଙ୍କାନାଳ : ବୃଦ୍ଧଙ୍କୁ କଚାଡି ଦେଲା ହାତୀ । ଯାହାଫଳରେ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି । ଢେଙ୍କାନାଳ ବନଖଂଡର ସଦର ବନାଚଳ କାକୁଡିଭାଗ ପଞ୍ଚାୟତରେ ଏପରି ଅଭାନୀୟ ଘଟଣା ଘଟିଛି । ମୃତକ ହେଲେ କାକୁଡି ଭାଗ ପଞ୍ଚାୟତର ଗୁହାଳ ଡିହ ଗାଁର ଜୟା ନନ୍ଦ ସାହୁ। ଖବର ଅନୁଯାୟୀ, ଜୟା ନନ୍ଦ ରବିବାର ଭୋର ସମୟରେ ତାଙ୍କ ଘର ବାଡ଼ି ପଛ ପଟକୁ ଶୌଚ ହେବାକୁ ଯାଇଥିଲେ । ଗାଁକୁ ପଶି ଆସିଥିବା ଏକ ହାତୀ ତାଙ୍କୁ ଶୁଣ୍ଢରେ ଟେକି କଚାଡି ମରିଦେଇଥିଲା । ଚିତ୍କାର ଶୁଣି ପରିବାର ଓ ଗାଁ ଲୋକ ଆସି ପାଟି କରିବାରୁ ହାତୀଟି ଜଙ୍ଗଲକୁ ପଳାଇଯାଇଥିବା ଜଣାପଡିଛି । ଖବର ପାଇଁ ସଦର ବନ କର୍ମଚାରୀ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛନ୍ତି।