ବାଲିପାଟଣାରେ ଚାଞ୍ଚଲ୍ୟ: ୨୪ ଘଣ୍ଟା ଭିତରେ ଜୀବନ ହାରିଲେ ଦୁଇ ମହିଳା

Apr 21, 2023 - 06:45
 24
ବାଲିପାଟଣାରେ ଚାଞ୍ଚଲ୍ୟ: ୨୪ ଘଣ୍ଟା ଭିତରେ ଜୀବନ ହାରିଲେ ଦୁଇ ମହିଳା
ବାଲିପାଟଣା : ବାଲିପାଟଣା ଥାନା ଅଭୟମୁଖୀ ଅଞ୍ଚଳରେ ୨୪ ଘଣ୍ଟା ଭିତରେ ୨ ଜଣ ମହିଳା ଆତ୍ମହତ୍ୟା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ଗତକାଲି ମହାପାତ୍ର ସାହିର ଦିଲ୍ଲୀପ ମହାପାତ୍ରଙ୍କ ପତ୍ନୀ ରୋଜାଲିନ ପଣ୍ଡା ଫ୍ୟାନରେ ଝୁଲି ପଡ଼ିଥିଲେ। ଏହି ଖବର ଲୋକଙ୍କ ମନରୁ ଲିଭି ନ ଥିବା ବେଳେ ଆଜି ଭୋରୁ ସ୍ଥାନୀୟ ଅଞ୍ଚଳର ଆଉ ଜଣେ ନବ ବିବାହିତା ସମାନ ଢ଼ଙ୍ଗରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସେ ହେଲେ ସ୍ଥାନୀୟ ରହିତ ସାହିର ଚିତ୍ରସେନ ସେଠୀଙ୍କ ପତ୍ନୀ ମାମାଲି ସେଠୀ ( ୩୦)। ସୂଚନା ଅନୁସାରେ ଅଭୟମୁଖୀ ରହିତ ସାହିର ବାଉରୀବନ୍ଧୁ ସେଠୀଙ୍କ ପୁଅ ଚିତ୍ରସେନ ପ୍ରାୟ ୨ ମାସ ତଳେ ମାମାଲିଙ୍କୁ ବିବାହ କରିଥିଲେ। କୌଣସି କାରଣକୁ କେନ୍ଦ୍ର କରି ପତି ପତ୍ନୀଙ୍କ ମଧ୍ୟରେ ଝଗଡ଼ା ଲାଗୁଥିଲା।୨ ଦିନ ତଳେ ଏହାର ପୁନରାବୃତ୍ତି ଘଟିଥିଲା। ଆଜି ସକାଳୁ ମାମାଲି ଘରେ ରଶି ଲଗାଇ ଝୁଲି ପଡ଼ିଥିବା ପରିବାର ଲୋକେ ଦେଖିଥିଲେ | ଝୁଲନ୍ତା ଅବସ୍ଥାରେ ଥିବା ଶବକୁ ବାଲିପାଟଣା ପୁଲିସ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି।