ବାଘ ମହାବୀର ପାକସ୍ଥଳୀରୁ ବାହାରିଲା ଝିଙ୍କ କାଠି

Nov 19, 2018 - 18:41
 105
ବାଘ ମହାବୀର ପାକସ୍ଥଳୀରୁ ବାହାରିଲା ଝିଙ୍କ କାଠି
ଭୁୁବନେଶ୍ୱର,୧୯/୧୧ (ସକାଳଖବର): କାହ୍ନାରୁ ଆସିଥିବା ସାତକୋଶିଆରେ ମହାବଳ ବାଘ ମହାବୀରର ସଂକ୍ରମଣ ଯୋଗୁଁ ଅନେକ ଅଙ୍ଗ ଅକାମୀ ହୋଇ ଯାଇଥିଲା ବୋଲି ପୋଷ୍ଟ ମର୍ଟମ୍ ରିପୋର୍ଟରୁ ଜଣାପଡିଛି । ବେକରେ ସୃଷ୍ଟ କ୍ଷତ ସଂକ୍ରମିତ ହୋଇଥିଲା । ମୃତ ମହାବୀରର ପାକସ୍ଥଳୀରୁ ୮ରୁ ୧୦ଟି ଝିଙ୍କ କାଠି ମିଳିଥିଲା । ମଳରୁ ବାରହା ଲୋମ ମଧ୍ୟ ମିଳିଥିଲା । ମୃତ୍ୟୁର ୪/୫ ଦିନ ପୂର୍ବରୁ ବାଘଟି ଏକ ଜଙ୍ଗଲୀ ବାରହା ଶିକାର କରିଥିଲା ବୋଲି ସାତକୋଶିଆ କ୍ଷେତ୍ର ନିଦେ୍ର୍ଧଶକ ସୁଦର୍ଶନ ପଣ୍ଡା ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ବାଘୁଣୀ ସୁନ୍ଦରୀର ସ୍ୱାସ୍ଥ୍ୟାବସ୍ଥା ସ୍ୱାଭାବିକ ରହିଛି । ସୁନ୍ଦରୀର ବ୍ୟବହାର ଓ ଆଚରଣ ମଧ୍ୟ ସ୍ୱାଭାବିକ ରହିଛ ି ବୋଲି ସେ କହିଛନ୍ତି । ରାଇଗୁଡ଼ା ଏନକ୍ଲ୍ଲୋଜର ଭିତରେ ସେ ଘୂରି ବୁଲୁଛି । ଶିକାର ବି କରୁଛି । ଇତିମଧ୍ୟରେ ୨ଟି ଛେଳି ଓ ବାରହା ଶିକାର କରିଛି ସୁନ୍ଦରୀ । ବାଘୁଣୀ ସୁନ୍ଦରୀର ଏକ ଭିଡିଓ ବନ ବିଭାଗ ପକ୍ଷରୁ ଜାରି କରାଯାଇଛି ।