ବରିଷ୍ଠ ବିଜେପି ନେତା ଏଲ୍‌କେ ଆଡଭାନୀଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇବାକୁ ତାଙ୍କ ବାସଭବନରେ ମୋଦୀ ଓ ରାଜନାଥ

Nov 8, 2022 - 06:16
 42
ବରିଷ୍ଠ ବିଜେପି ନେତା ଏଲ୍‌କେ ଆଡଭାନୀଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇବାକୁ ତାଙ୍କ ବାସଭବନରେ ମୋଦୀ ଓ ରାଜନାଥ
ନୂଆଦିଲ୍ଲୀ: ବରିଷ୍ଠ ବିଜେପି ନେତା ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲ୍‌ କ୍ରିଷ୍ଣା ଆଡଭାନୀଙ୍କର ଆଜି ଜନ୍ମଦିନ। ତାଙ୍କ ପବିତ୍ର ଜନ୍ମଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ତାଙ୍କୁ ଯାଇ ଭେଟିଛନ୍ତି। ଆଡଭାନୀଙ୍କ ୯୬ ତମ ସ୍ବନକ୍ଷତ୍ର ଉତ୍ସବରେ ତାଙ୍କୁ ତାଙ୍କର ଦିଲ୍ଲୀସ୍ଥିତ ବାସଭବନରେ ଭେଟିଛନ୍ତି ମୋଦୀ ଓ ରାଜନାଥ। ପ୍ରଧାନମନ୍ତ୍ରୀ ମୋଦୀ ଆଡଭାନୀଙ୍କ ବାସଭବ‌ନରେ ତାଙ୍କ ସହ ପ୍ରାୟ ଅଧଘଣ୍ଟା ସମୟ ବିତାଇଥିଲେ। ସେଠାରେ ପହଞ୍ଚି ସେ ବରିଷ୍ଠ ବିଜେପି ନେତା ଆଡଭାନୀଙ୍କୁ ଫୁଲତୋଡ଼ା ଦେଇ ଜନ୍ମଦିନ ଶୁଭେଚ୍ଛା ଜଣାଇବା ସହ କିଛି ସମୟ ବାର୍ତ୍ତାଳପ ପରେ ଫେରିଥିଲେ।