ବରଗଡରେ ବିପିସିଏଲର ୨ଜି ଇଥାନଲ ଜୈବ-ପ୍ଲାଂଟର ଶିଳାନ୍ୟାସ

Oct 10, 2018 - 16:53
 187
ବରଗଡରେ ବିପିସିଏଲର ୨ଜି ଇଥାନଲ ଜୈବ-ପ୍ଲାଂଟର ଶିଳାନ୍ୟାସ
ବରଗଡ, ୧୦/୧୦(ସକାଳଖବର): ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ କରକମଳରେ ବରଗଡ ଜିଲ୍ଲାର ଭଟଲି ତହସିଲ୍ ଅର୍ନ୍ତଗତ ବଉଳାସିଂହା ଗ୍ରାମରେ ଆଜି ଭାରତ ପେଟ୍ରୋଲିୟମ୍ କର୍ପୋରେସନ ଲିମିଟେଡ୍ (ବିପିସିଏଲ୍)ର ୨ଜି ଇଥାନଲ ଜୈବ-ପ୍ଲାଂଟର ଶିଳାନ୍ୟାସ ହୋଇଛି । ଏହି ଅବସରରେ ଭାରତ ସରକାରଙ୍କ ମାନ୍ୟବର କେନ୍ଦ୍ର ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ବାଷ୍ପ ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଓଡ଼ିଶା ସରକାରଙ୍କ ଇସ୍ପାତ, ଖଣି ଓ ପୂର୍ତ୍ତ ମନ୍ତ୍ରୀ, ଶ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ଶ୍ରମ, ଇଏସଆଇ ଓ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ, ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ସାଂସଦ, ରାଜ୍ୟସଭା, ଶ୍ରୀ ପ୍ରଭାସ କୁମାର ସିଂ, ସାଂସଦ, ବରଗଡ଼, ବିଧାୟକ ଶ୍ରୀ ଦେବେଶ ଆଚାର୍ଯ୍ୟ,ବରଗଡ଼, ଶ୍ରୀ ପ୍ରଦୀପ ପୁରୋହିତ,ପଦମ୍ପୁର, ଶ୍ରୀମତି ରିତା ସାହୁ,ବିଜେପୁର, ଶ୍ରୀମତି ମୁକ୍ତା ସାହୁ, ଅଧ୍ୟକ୍ଷା, ଜିଲ୍ଲା ପରିଷଦ, ବରଗଡ଼, ଶ୍ରୀ ମଦନଦୀପ, ଉପାଧ୍ୟକ୍ଷ, ଜିଲ୍ଲା ପରିଷଦ, ବରଗଡ଼ ଓ ଅନ୍ୟାନ୍ୟ ପ୍ରମୁଖ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ । ଏହି ଅବସରରେ ଉଦବୋଧନ ଦେଇ ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ କହିଥିଲେ ଯେ, ବରଗଡ଼ ଜିଲ୍ଲାରେ ଏହି ଇଥାନଲ ପ୍ଲାଂଟ; ଚାଷୀ ମାନଙ୍କୁ ଏକ ଉପହାର । ବରଗଡ ଜିଲ୍ଲାରେ ୨ଜି ଇଥାନଲ ଜୈବ-ବିିଶୋଧନାଗାରର ସ୍ଥାପନା ଭାରତର ମାନ୍ୟବର ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ସଫଳ ରୂପେ ରୂପାୟନ ହୋଇଥିବା ସବକା ସାଥ ସବକା ବିକାଶ କାର୍ଯ୍ୟକ୍ରମର ଏକ ବଳିଷ୍ଠ ଉଦାହରଣ ଭାରତର ପ୍ରତ୍ୟେକ ନାଗରିକଙ୍କ ସହଭାଗିତାରେ ଭାରତକୁ ଏକ ଶକ୍ତିଶାଳୀ ରାଷ୍ଟ୍ର ରୂପେ ଗଢିତୋଳିବାର ସ୍ୱପ୍ନ ସାକାର ଦିଗରେ ଏହା ଆଉ ଏକ ଅନନ୍ୟ ପଦକ୍ଷେପ । ଏହି ବରଗଡ଼ ଇଥାନଲ ପ୍ଲାଂଟ ରାଜ୍ୟର ସମସ୍ତ ଜନଜାତି ଓ ଚାଷୀଭାଈଙ୍କ କଲ୍ୟାଣ ମିନନ୍ତେ ସମର୍ପିତ ଏବଂ ଏହି ପ୍ଲାଂଟ ମାଧ୍ୟମରେ ଏହି ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି କରିବା ସହ ବିକାଶର ସହଭାଗୀ ହୋଇପାରିବ ବୋଲି ଶ୍ରୀ ଲାଲ୍ ମତପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପରିକଳ୍ପନା ଚାଷୀଙ୍କର ଆୟ ଦୁଇଗୁଣ କରିବା ପାଇଁ । ଏହି କ୍ରମରେ ଚାଷରୁ ବାହାରୁ ଥିବା ନଡା, ବଜ୍ୟବସ୍ତୁରୁ ଇଥାନଲ ପ୍ରସ୍ତୁତ ହେବ । ପ୍ରଧାନମନ୍ତ୍ରୀ ଥିବାବେଳେ ଅଟଳ ବିହାରୀ ବାଜପେୟୀ ଏହି ପରିକଳ୍ପନା କରିଥିଲେ । କୃଷି, ଜଙ୍ଗଲ, ସହର ବଜ୍ୟବସ୍ତୁକୁ ବ୍ୟବହାର କରି ବାୟୋଗ୍ୟାସ ପ୍ରସ୍ତୁତ କରିବା ପାଇଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ଏହା ଉପରେ ଗୁରୁତ୍ୱ ଦେଇଛନ୍ତି । ଏହି ଜିଲାରୁ ୧୭-୧୮ ଲକ୍ଷ ମେଟ୍ରିକ ଟନ୍ ଧାନ ଉପôାଦିତ ହେଉଛି, ତେଣୁ ଚାଷଜମିରୁ ବାହାରୁ ଥିବା ନଡା ସମେତ ବଜ୍ୟବସ୍ତୁକୁ ବ୍ୟବହାର କରି ବାୟୋଗ୍ୟାସ ଉପôାଦନ ପାଇଁ ବ୍ୟବସାୟିକ ଚୁକ୍ତି ହେବ ଏବଂ ଚାଷୀଙ୍କ ଆୟକୁ ଦୁଇଗୁଣା କରାଯିବ । ଶ୍ରୀ ପ୍ରଧାନ ଆହୁରି କହିଲେ ଯେ, ଦେଶରେ ହେବାକୁ ଥିବା ୧୨ ଟି ପ୍ରକଳ୍ପ ମଧ୍ୟରୁ ଏହା ଗୋଟିଏ ପ୍ରକଳ୍ପ । ଜିଲାରେ ଏହିପରି ଆଉ ୫ଟି ପ୍ରକଳ୍ପ ହେବାର ସମ୍ଭାବନା ମଧ୍ୟ ରହିଛି । ଏହା ମୋଦି ସରକାରଙ୍କର ପଶ୍ଚିମ ଓଡିଶା ପାଇଁ ନୂଆଁଖାଇ ଭେଟି ବୋଲି କହିଥିଲେ ଶ୍ରୀ ପ୍ରଧାନ । ଧାନ ନଡାକୁ ଫିଡ୍ ଷ୍ଟକ୍ ଭାବେ ବ୍ୟବହାର କରି ବାର୍ଷିକ ୩ କୋଟି ଲିଟର ଇଥାନଲ ଇନ୍ଧନ ଉପôାଦନ କ୍ଷମତା ଏହି ବିିଶୋଧନାଗାର ବହନ କରିବ ଏବଂ ଏହି ବିଶୋଧନାଗାରରୁ ଉପôାଦିତ ଇଥାନଲ୍ ପେଟ୍ରୋଲ ସହ ମିଶ୍ରଣ ହେବ । ଏହି ପ୍ରକଳ୍ପର ମୂଲ୍ୟ ପ୍ରାୟ ୧୦୦୦ କୋଟି ଟଙ୍କା ଅଟେ । ବହୁ ଦେଶ ସେମାନଙ୍କର ଘରୋଇ ଆବଶ୍ୟକତାକୁ ପୂରଣ କରିବା ନିମନ୍ତେ ଜୈବ ଇନ୍ଧନର ଉପଯୋଗ କରିବା ପାଇଁ ବିଭିନ୍ନ ପ୍ରକାରର ଯାନ୍ତ୍ରିକ କୌଶଳକୁ ପ୍ରୋତ୍ସାହନ ଦେଉଛନ୍ତି । ଭାରତବର୍ଷରେ ବାର୍ଷିକ ୧୨୦ରୁ ୧୬୦ ଏମ୍ଏମ୍ଟି ବଳକା ଜୈବମାସ୍ ଉପଲବ୍ଧ ଯାହାର ବାର୍ଷିକ ୩୦୦୦ କୋଟି ଲିଟର ଇଥାନଲ ଉପôାଦନ କ୍ଷମତା ରହିଛି । ଭାରତର ରାଷ୍ଟ୍ରୀୟ ଜୈବ ଇନ୍ଧନ ନୀତି ୨୦୧୮ ଅନୁସାରେ ୨୦୩୦ ମସିହା ସୁଦ୍ଧା ୨୦ ପ୍ରତିଶତ ଇଥାନଲ ପେଟ୍ରୋଲରେ ମିଶ୍ରଣ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି, କିନ୍ତୁ ଇଥାନଲର ଅଭାବ କାରଣରୁ ବର୍ତମାନ ମାତ୍ର ୩ ରୁ ୪ ପ୍ରତିଶତ ଇଥାନଲ ପେଟ୍ରୋଲରେ ମିଶ୍ରିତ ହେଉଛି ।ଏହା ବ୍ୟତୀତ ସ୍ୱଚ୍ଛ ପରିବେଶ ବ୍ୟତୀତ ଆହୁରି ମଧ୍ୟ ଏହି ପରିଯୋଜନା ଚାଷୀମାନଙ୍କ ଦ୍ୱାରା ପ୍ଲାଂଟକୁ ପ୍ରେରିତ ବର୍ଜ୍ୟ ଧାନ ନଡା ପାଇଁ ସେମାନଙ୍କର ସାମାଜିକ-ଅର୍ଥନୈତିକ ପରିସ୍ଥିତିକୁ ମଜଭୁତ କରିବା ନିମନ୍ତେ ସହାୟକ ହେବ । ପ୍ଲାଂଟ ନିର୍ମାଣ, ପ୍ଲାଂଟ କାର୍ଯ୍ୟକ୍ଷମ ଆଦି କ୍ଷେତ୍ରରେ ପ୍ରାୟତଃ ୧୨୦୦ ଉଭୟ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବ ଏବଂ ଜୈବ ଇନ୍ଧନର ସୁପରିଚାଳନା ଏଠାକାର ଭିତିଭୂମିକୁ ସୁଦୃଢ କରିବା ସହିତ ଏହି ଅଂଚଳର ଜୀବନ ଜୀବିକାର ଉନ୍ନତିରେ ସାହାଯ୍ୟ କରିବ ।