ପ୍ରଶାନ୍ତ ଜଗଦ୍ଦେବ ବିଜେଡି ଦଳରୁ ସସ୍‌ପେଣ୍ଡ

Sep 8, 2021 - 15:09
 54
ପ୍ରଶାନ୍ତ ଜଗଦ୍ଦେବ ବିଜେଡି ଦଳରୁ ସସ୍‌ପେଣ୍ଡ
ଭୁବନେଶ୍ୱର:ମହଙ୍ଗା ପଡ଼ିଲା ବିଜେପି ନେତାଙ୍କୁ ମାଡ଼। ବିଜେଡିର ବାହୁବଳୀ ବିଧାୟକଙ୍କୁ ଜବରଦସ୍ତ ଝଟ୍‌କା। ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେଡ଼ରୁ ନିଲମ୍ବିତ। ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳରୁ ତାଙ୍କୁ ନିଲମ୍ବନ କରିଛନ୍ତି। ବିଜେପି ମଣ୍ଡଳ ସଭାପତିଙ୍କୁ ପିଟିବା ନେଇ ଆଜି ସ୍ଥାନୀୟ ଅଞ୍ଚଳରେ ହଙ୍ଗମା ହୋଇଥିଲା। ଏହାକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବେଗୁନିଆର ବିଜେଡି ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଆଜି ଦବଙ୍ଗଗିରି ଦେଖିବାକୁ ମିଳିଥିଲା ।