ପ୍ରମାଣ ଅଭାବରୁ ସ୍ୱାମୀ ନିଦେ୍ର୍ଧାଷରେ ଖଲାସ

Jun 5, 2018 - 18:11
 218
ପ୍ରମାଣ ଅଭାବରୁ ସ୍ୱାମୀ ନିଦେ୍ର୍ଧାଷରେ ଖଲାସ
କଟକ,୫ା୬(ସକାଳଖବର): ପତ୍ନୀକୁ ହତ୍ୟା କରି ପୋଡି ଦେବା ଅଭିଯୋଗ ସଂପର୍କର୍ିତ ମୋକଦ୍ଧମାର ଶୁଣାଣି କରି କଟକ ଜିଲ୍ଲା ଓ ଦୌରା ଜଜ୍ ସତ୍ୟନାରାୟଣ ମିଶ୍ର ଅଭିଯୁକ୍ତ ଜିତେନ୍ଦ୍ର ସେଠୀଙ୍କୁ ଉପଯୁକ୍ତ ପ୍ରମାଣ ଅଭାବରୁ ନିଦେ୍ର୍ଧାଷରେ ଖଲାସ କରିଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ ନିଆଳି ଥାନା ଅନ୍ତର୍ଗତ ରାଇ ଚାନେ୍ଦାଳ ଗ୍ରାମର ଜିତେନ୍ଦ୍ର ସେଠୀ ଡେଲାଙ୍ଗ ଅଞ୍ଚଳର ମାନସୀ ସେଠୀଙ୍କୁ ବିବାହ କରିଥିଲେ । ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସବୁ ବେଳେ ପାଟିତୁଣ୍ଡ ଲାଗି ରହୁଥିବା ବେଳେ ୨୦୧୬ ମସିହା ମେ ମାସ ୧୪ତାରିଖ ରାତିରେ ଜିତେନ୍ଦ୍ର ମାନସୀଙ୍କୁ ହତ୍ୟା କରିଥିଲା ବୋଲି ଅଭିଯୋଗ ହୋଇଥିଲା । ସକାଳେ ମାନସୀଙ୍କ ମର ଶରୀରକୁ ପିଣ୍ଡାରେ ଶୁଆଇ ଦେଇଥିଲେ ଜିତେନ୍ଦ୍ର । ମାନସୀଙ୍କ ମୃତୁ୍ୟ ହୃଦଘାତରେ ହୋଇଛି ବୋଲି ଜିତେନ୍ଦ୍ର ଗ୍ରାମବାସୀଙ୍କୁ କହିଥିଲେ । ଏହାପରେ ଗ୍ରାମବାସୀଙ୍କ ସହାୟତାରେ ଜିତେନ୍ଦ୍ର ମାନସୀଙ୍କ ଶବ ଶ୍ମଶାନରେ ସକ୍ରାର କରିଥିଲା । କିନ୍ତୁ ମାନସୀଙ୍କୁ ହତ୍ୟା କରାଯାଇଛି ବୋଲି ପରବର୍ତ୍ତୀ ସମୟରେ ଚର୍ଚ୍ଚା ହୋଇଥିଲା । ୨୦୧୬, ମେ ୧୬ରେ ଏ ନେଇ ଗ୍ରାମରକ୍ଷୀ ଜୟରାମ ନାୟକ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଜିତେନ୍ଦ୍ରଙ୍କୁ ଗିରଫ କରିବା ସହିତ ଶ୍ମଶାନରୁ ପାଉଁଶ ଜବତ କରିଥିଲା । ନିଆଳି ଥାନା ପକ୍ଷରୁ ଘଟଣାର ତଦନ୍ତ କରାଯାଇ ଏକ ମାମଲା ଦାୟର କରାଯାଇ ସ୍ୱାମୀ ଜିତେନ୍ଦ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ଘଟଣାରେ ପୁଲିସ ତଦନ୍ତ ପରେ ଜିତେନ୍ଦ୍ର ବିରୋଧରେ ଆଇପିସି ୩୦୨ ଓ ୨୦୧ ଦଫାରେ କୋର୍ଟରେ ଚାର୍ଜସିଟ ଦାଖଲ କରିଥିଲା । ଅଦାଲତରେ ମାମଲାର ଶୁଣାଣି ସମୟରେ ପ୍ରସିକୁ୍ୟସନ୍ ପକ୍ଷରୁ ଏତଲକାରୀ ଗ୍ରାମରକ୍ଷୀ, ତଦନ୍ତକାରୀ ଅଧିକାରୀଙ୍କ ସମେତ ୮ଜଣଙ୍କ ସାକ୍ଷ୍ୟ ଗ୍ରହଣ ହୋଇଥିଲା । ତେବେ ସାକ୍ଷ୍ୟ ଗ୍ରହଣ ପରେ ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗ ପ୍ରମାଣିତ ହୋଇପାରିନଥିଲା । ତେବେ ଅଦାଲତ ପ୍ରକାଶିତ ରାୟରେ ଉପଯୁକ୍ତ ପ୍ରମାଣ ଅଭାବରୁ ଅଭିଯୁକ୍ତକୁ ଦୋଷମୁକ୍ତ କରିଛନ୍ତି । ଅଭିଯୁକ୍ତ ଜିତେନ୍ଦ୍ରଙ୍କ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ହୋଇଥିବାରୁ କୋର୍ଟ ଏହି ମାମଲାରେ ଆଇନଜୀବୀ ଗୋପୀନାଥ ସାହୁଙ୍କୁ ତାଙ୍କ ମାମଲା ପରିଚାଳନା ପାଇଁ ନିଯୁକ୍ତି ଦେଇଥିଲେ ।