ପ୍ରଧାନମନ୍ତ୍ରୀଙ୍କର ଏକତ୍ର ନିର୍ବାଚନ କୁ ମୁଖ୍ୟମନ୍ତ୍ରୀ ସମର୍ଥନ କରୁଛନ୍ତି

Jun 26, 2018 - 19:36
 132
ପ୍ରଧାନମନ୍ତ୍ରୀଙ୍କର ଏକତ୍ର ନିର୍ବାଚନ କୁ ମୁଖ୍ୟମନ୍ତ୍ରୀ ସମର୍ଥନ କରୁଛନ୍ତି
ଭୁବନେଶ୍ୱର, ୨୬/୬( ସକାଳଖବର): ଏକତ୍ର ଲୋକସଭା ଓ ବିଧାନସଭା ନିର୍ବାଚନ କରିବା ନେଇ ପ୍ରଧାନମନ୍ତ୍ରୀ ପୂର୍ବରୁ କରିଥିବା ଅନୁରୋଧକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମର୍ଥନ କରୁଛନ୍ତି । ଅନ୍ୟପକ୍ଷରେ ଶ୍ରୀ ପଟ୍ଟନାୟକ ଜାତୀୟ ଆୟୋଗ ଏ ସମ୍ପର୍କରେ ଯେଉଁ ପ୍ରସ୍ତାବ ଦେଇଛନ୍ତି ସେଥିରେ ତାଙ୍କର ସହମତି ରହିଛି ବୋଲି କହିଛନ୍ତି । ମୁଖ୍ୟ ମନ୍ତ୍ରୀ ନିଜେ ନ ଯାଇ ଦଳର ବରିଷ୍ଠ ଏମ.ପି ତଥା ବିଶିଷ୍ଟ ଓକିଲ ପିନାକୀ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରିବା ସହ ମତାମତ ଦେବେ । ଏହି ନିର୍ବାଚନ ଉପରେ ନିଜର ମତାମତ ରଖିବା ପାଇଁ ଜାତୀୟ ଆଇନ ଆୟୋଗ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଚିଠି ଲେଖିଛନ୍ତି ଏବଂ ଜୁଲାଇ ୭/୮ ତାରିଖରେ ନିଜର ମତାମତ ରଖିବା ପାଇଁ ଉଲ୍ଲେଖ କରିଛନ୍ତି । ଯଦି ନିଜେ ନ ଆସି ପାରିଲେ ପ୍ରତିନିଧି ପଠାଇବା ପାଇଁ ଉକ୍ତ ଚିଠିରେ ଦର୍ଶାଯାଇଛି ।