ପ୍ରତିବାଦ ସତ୍ତ୍ବେ ପାଶ୍ଚାତ୍ୟ ରାଷ୍ଟ୍ରରୁ ଟିକା ଗ୍ରହଣ କରିବାକୁ ସି ଜିନ୍‌ପିଙ୍ଗ୍‌ ଅରାଜି: ଆମେରିକୀୟ ଅଧିକାରୀ

Dec 4, 2022 - 06:33
 49
ପ୍ରତିବାଦ ସତ୍ତ୍ବେ ପାଶ୍ଚାତ୍ୟ ରାଷ୍ଟ୍ରରୁ ଟିକା ଗ୍ରହଣ କରିବାକୁ ସି ଜିନ୍‌ପିଙ୍ଗ୍‌ ଅରାଜି: ଆମେରିକୀୟ ଅଧିକାରୀ
ୱାସିଂଟନ୍‌: ଚୀନ୍‌ ସମ୍ମୁଖୀନ ହେଉଥିବା କୋଭିଡ୍‌-୧୯ ପରିସ୍ଥିତି ଏବଂ ପ୍ରବଳ ଜନପ୍ରତିବାଦ ସତ୍ତ୍ବେ ଚୀନା ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ ପାଶ୍ଚାତ୍ୟ ରାଷ୍ଟ୍ରରୁ ଟିକା ଗ୍ରହଣ କରିବା ଲାଗି ରାଜି ହେଉ ନ ଥିବା କଥା ଶନିବାର ଦିନ ‘ୟୁଏସ୍‌ ଡାଇରେକ୍ଟର୍‌ ଅଫ୍‌ ନ୍ୟାସ୍‌ନାଲ୍‌ ଇଣ୍ଟେଲିଜେନ୍‌ସ୍‌’ ଆଭ୍ରିଲ୍‌ ହେନିଜ୍‌ କହିଛନ୍ତି। ଚୀନ୍‌ରେ ଜନପ୍ରତିବାଦ କମ୍ୟୁନିଷ୍ଟ୍‌ ପାର୍ଟିର ଶାସନ ପ୍ରତି ବିପଦ ନ ହୋଇଥିଲେ ବି ସି’ଙ୍କ ଖ୍ୟାତି ପ୍ରତି ଅସୁବିଧାର କାରଣ ହେବ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଚୀନ୍‌ରେ ଦୈନିକ କୋଭିଡ୍‌ ସଂକ୍ରମଣ ସଂଖ୍ୟା ସର୍ବକାଳୀନ ରେକର୍ଡ ଅତିକ୍ରମ କରିଥିଲେ ବି ସି’ଙ୍କ ‘ଜିରୋ-କୋଭିଡ୍‌’ ନୀତି ଆର୍ଥିକ ମାନ୍ଦାବସ୍ଥା ଓ ଜନ ଅସନ୍ତୋଷର କାରଣ ହେବାରୁ ‘ଟେଷ୍ଟିଙ୍ଗ୍‌’ ଓ ‘କ୍ବାରେଣ୍ଟିନ୍‌’ କୋହଳ କରିବା ଲାଗି କେତେକ ନଗରୀ ପଦକ୍ଷେପ ଗ୍ରହଣ କରିଛନ୍ତି।