ପାଣ୍ଡ୍ୟା-ମୁନାଫ ପଟେଲ ମୋତେ ହୋଟେଲ ରୁମରେ ଦୁଷ୍କର୍ମ କରିଛନ୍ତି, ଦାଉଦ ସହଯୋଗୀର ପତ୍ନୀ ଆଣିଲେ ସଙ୍ଗୀନ ଅଭିଯୋଗ

Nov 13, 2021 - 08:15
 55
ପାଣ୍ଡ୍ୟା-ମୁନାଫ ପଟେଲ ମୋତେ ହୋଟେଲ ରୁମରେ ଦୁଷ୍କର୍ମ କରିଛନ୍ତି, ଦାଉଦ ସହଯୋଗୀର ପତ୍ନୀ ଆଣିଲେ ସଙ୍ଗୀନ ଅଭିଯୋଗ
ନୂଆଦିଲ୍ଲୀ,୧୩/୧୧: ଭାରତୀୟ ଦଳର ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ପୂର୍ବତନ ବୋଲର ମୁନାଫ ପଟେଲଙ୍କ ନାଁରେ ସଙ୍ଗୀନ ଅଭିଯୋଗ । ଅଣ୍ଡରୱାର୍ଲଡ୍‌ ଡନ୍ ଦାଉଦ ଇବ୍ରାହିମର ସହଯୋଗୀ ରିୟାଜ ଭଟ୍ଟୀଙ୍କ ସ୍ତ୍ରୀ ରେହନୁମା ଏପରି ସାଙ୍ଘାତିକ ଅଭିଯୋଗ କରିଛନ୍ତି । ସ୍ୱାମୀ ରିୟାଜ ତାଙ୍କୁ ଦୁଷ୍କର୍ମ, ଯୌନ ନିର୍ଯାତନା, ଦୁଷ୍କର୍ମ ଓ ସେକ୍ସ ରାକେଟରେ ଲଗାଉଥିଲେ । ଏପରିକି ତାଙ୍କୁ ଗ୍ରାହକଙ୍କ ସହ ରାତି କଟାଇବାକୁ ବାଧ୍ୟ କରୁଥିବା ସେ କହିଛନ୍ତି । ଏଥିରେ ବିସିସିଆଇ ଓ ଖେଳାଳିଙ୍କ ଲିଙ୍କ୍ ଥିବା କଥାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ସେ ନିଜ ଅଭିଯୋଗ ପତ୍ରରେ କହିଛନ୍ତି ଯେ, ଏକ ଟ୍ରାଇଡେଣ୍ଟ୍‌ ହୋଟେଲ୍‌ରେ ତାଙ୍କୁ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା, ମୁନାଫ ପଟେଲ୍‌ ଏବଂ ପୂର୍ବତନ ଆଇପିଏଲ୍‌ ଅଧ୍ୟକ୍ଷ ରାଜୀବ ଶୁକ୍ଳା ଦୁଷ୍କର୍ମ କରିଥିଲେ । ସ୍ବାମୀ ରିୟାଜ ତାଙ୍କୁ ବ୍ୟାବସାୟିକ ସ୍ବାର୍ଥ ପାଇଁ ବିଭିନ୍ନ ସହଯୋଗୀଙ୍କ ସହ ରାତି କଟାଇବାକୁ ବାଧ୍ୟ କରୁଥିଲେ । ଏପରିକି ଦୁଇ ପୁତ୍ରଙ୍କୁ ହତ୍ୟା ଧମକ ମଧ୍ୟ ଦେଉଥିଲେ । ଗତ ସେପ୍ଟେମ୍ବରରେ ସେ ଏନେଇ ଅଭିଯୋଗ କରିଥିଲେ । କିନ୍ତୁ ପୁଲିସ କାର୍ଯ୍ୟାନୁଷ୍ଠାନ ନେଇନଥିଲା। ସମିତ ଠକ୍କର ନାମକ ଜଣେ ଯୁବକ ସୋସିଆଲ ମିଡିଆରେ ଅଭିଯୋଗକୁ ସେୟାର୍ କରିବା ପରେ ଘଟଣାକୁ ନେଇ ଆଲୋଡନ ଖେଳିଯାଇଛି । ଏତତ୍ ବ୍ୟତୀତ, ରେହନୁମା ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ସେ ୧୫ ବର୍ଷ ବୟସର ଥିବା ବେଳେ ତାଙ୍କୁ ବିବାହ କରିଥିଲେ ରିୟାଜ । ବିବାହ ପାଇଁ ସେ ତାଙ୍କ ମାଆଙ୍କୁ ହତ୍ୟା ଧମକ ଦେଇଥିଲେ । ବିବାହ ପରେ ଆରମ୍ଭ ହୋଇଯାଇଥିଲା ଶାରୀରିକ ଓ ମାନସିକ ନିର୍ଯାତନା । ଏପରିକି ଅନ୍ୟ ବିଜନେସ୍ ପାର୍ଟନରଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରାଯାଉଥିଲେ । ବିରୋଧ କଲେ ମାଡ ସହ ହତ୍ୟା ଧମକ ଦିଆଯାଉଥିଲା । ଏଖତା ରିୟାଜ ତାଙ୍କୁ ଟ୍ରାଇଡେଣ୍ଟ୍ ‌ହୋଟେଲରେ ଥିବା ପୃଥ୍ବୀରାଜ କୋଠାରୀ ନାମକ ଜଣଙ୍କ ସହ ପରିଚିତ କରାଇଥିଲେ । ଏହାପରେ ପୃଥ୍ୱୀରାଜ ତାଙ୍କୁ ଦୁଷ୍କର୍ମ କରିଥିଲେ । ସେଠାରେ ହାର୍ଦିକ ପାଣ୍ଡ୍ୟା, ମୁନାଫ ପଟେଲ୍ ଏବଂ ରାଜୀବ ଶୁକ୍ଳା ମଧ୍ୟ ତାଙ୍କୁ ଦୁଷ୍କର୍ମ କରିଥିବା ସେ କହିଛନ୍ତି। ଏହାପରେ ସେ ସ୍ୱାମୀ ରିୟାଜଙ୍କଠାରୁ ଅଲଗା ରହୁଥିଲେ । କିନ୍ତୁ ୨୦୧୯ରେ ତାଙ୍କୁ ଅପହରଣ କରାଯାଇଥିଲା । ଏତେ ସବୁ କଥା ସାମ୍ନାକୁ ଆସିବା ପରେ କ୍ରିକେଟ୍ ଜଗତରେ ଝଡ ସୃଷ୍ଟି ହୋଇଛି