ପତ୍ନୀଙ୍କ ‘ଇମ୍ଫୋସିସ୍’ ରୁଷ୍‌ରେ ବ୍ୟବସାୟ କରୁଥିବାରୁ ଇଂଲଣ୍ଡ୍‌ର ଭାରତୀୟ ବଂଶୋଦ୍ଭବ ଅର୍ଥମନ୍ତ୍ରୀ ଋଷି ସୁନକଙ୍କୁ ଜେରା

Mar 25, 2022 - 05:59
 57
ପତ୍ନୀଙ୍କ ‘ଇମ୍ଫୋସିସ୍’ ରୁଷ୍‌ରେ ବ୍ୟବସାୟ କରୁଥିବାରୁ ଇଂଲଣ୍ଡ୍‌ର ଭାରତୀୟ ବଂଶୋଦ୍ଭବ ଅର୍ଥମନ୍ତ୍ରୀ ଋଷି ସୁନକଙ୍କୁ ଜେରା
ନୂଆଦିଲ୍ଲୀ: ରୁଷ୍‌ରେ ‘ଇମ୍ଫୋସିସ୍’ର ଉପସ୍ଥିତି ସଂକ୍ରାନ୍ତରେ ଗୁରୁବାର ଦିନ ଇଂଲଣ୍ଡ୍‌ର ‘ଚାନ୍‌ସେଲର୍‌ ଅଫ୍ ଦି ଏକ୍ସଚେକ୍ବୋର୍‌ (ଭାରତର ଅର୍ଥମନ୍ତ୍ରୀ ଭଳି) ଋଷି ସୁନକଙ୍କୁ ‘ସ୍କାଏ ନିଉଜ୍‌’ର ଜଣେ ରିପୋର୍ଟର୍‌ କଠିନ ପ୍ରଶ୍ନ ପଚାରିଥିଲେ। ସୂଚନାଯୋଗ୍ୟ, ପ୍ରମୁଖ ଭାରତୀୟ ସଫ୍ଟ୍‌ୱେର୍‌ କମ୍ପାନି ‘ଇମ୍ଫୋସିସ୍’ରେ ଋଷିଙ୍କ ପତ୍ନୀ ଅକ୍ଷତା ମୂର୍ତିଙ୍କ ସେୟାର୍‌ ରହିଛି। ଋଷି ହେଉଛନ୍ତି ‘ଇମ୍ଫୋସିସ୍’ର ସହ-ସଂସ୍ଥାପକ ନାରାୟଣ ମୂର୍ତିଙ୍କ ଜ୍ବାଇଁ। ୟୁକ୍ରେନ୍‌ ଆକ୍ରମଣ କରିଥିବାରୁ ରୁଷ୍‌ ଉପରେ କଟକଣା ଜାରି କରାଯାଇଥିବା ବେଳେ ‘ଇମ୍ଫୋସିସ୍’ ରୁଷ୍‌ରେ କାହିଁକି ବ୍ୟବସାୟ କରୁଛି ବୋଲି ତାଙ୍କୁ ପଚରା ଯାଇଥିଲା।