ନକଲି ସିବିଆଇ ଅଫିସର ଗିରଫ

Mar 3, 2022 - 14:41
 50
ନକଲି ସିବିଆଇ ଅଫିସର ଗିରଫ
ଭୁବନେଶ୍ବର: ନକଲି ସିବିଆଇ ଅଫିସର ଗିରଫ। ସିବଆଇ ଅଫିସରର ମିଥ୍ୟା ପରିଚୟ ଦେଇ ଲୋକଙ୍କୁ ଠକିବା ଅଭିଯୋଗରେ ତମାଣ୍ଡୋ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ହୋଇଥିବା ନକଲି ସିବିଆଇ ଅଫିସର ହେଲେ ନିଖିଲ ସ୍ବାଇଁ। ସିବିଆଇ କହି ଟଙ୍କା ଲୁଟୁଥିଲେ। ବିଶେଷ କରି ଭଡା ଗାଡିରେ ଯାତାୟାତ କରୁଥିବା ଲୋକଙ୍କୁ ଟାର୍ଗେଟ କରୁଥିଲେ। ଲୋକମାନଙ୍କୁ ସାହାଯ୍ୟ କରିବା କହି ଟଙ୍କା ମାଗୁଥିଲେ। ତମାଣ୍ଡୋ ଅଞ୍ଚଳର ଜଣେ ଲୋକଙ୍କୁ ଶସ୍ତାରେ ଅପରେସନ କରେଇ ଦେବା କଥା କହି ୩୦ ହଜାର ଟଙ୍କା ଠକି ନେଇଥିଲେ। ତାଙ୍କ ସହ ଠକେଇରେ ଏକାଧିକ ଡ୍ରାଇଭରଙ୍କ ସମ୍ପୃକ୍ତି ଥିବା ପୋଲିସ ସନ୍ଦେହ କରୁଛି।