ଦୂତୀ ଚାନ୍ଦଙ୍କୁ ଦେଢ କୋଟି ପୁରସ୍କାର ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Aug 27, 2018 - 16:58
 169
ଦୂତୀ ଚାନ୍ଦଙ୍କୁ ଦେଢ କୋଟି  ପୁରସ୍କାର ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୭/୮ (ସକାଳଖବର):ଦୀର୍ଘ ୨୦ ବର୍ଷ ପରେ ଦୂତୀ ଓଡିଶା ପାଇଁ ଏହି ସଫଳତା ଆଣିଛନ୍ତି । ଜାକର୍ତା ଠାରେ ଚାଲିଥିବା ୧୮ତମ ଏସିଆନ୍ ଗେମସ୍ ର ୧୦୦ ମିଟର ପ୍ରତିଯୋଗିତାରେ ରୌପ୍ୟ ପଦକ ହାସଲ କରି ଓଡିଶାର ଧାବିକା ଦୂତୀ ଚାନ୍ଦ ରାଜ୍ୟପାଇଁ ଗୌରବ ଆଣିଦେଇଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପୁରସ୍କାର ବାବଦରେ ଦେଢ କୋଟି ଟଙ୍କା ଘୋଷଣା କରିଛନ୍ତି । ଗତକାଲି ଓଡିଶା ଆଥଲେଟିକ୍ ଆସୋସିଏସନ୍ ଓ ଅଲମ୍ପିକସ୍ ଆୟୋସିଏସନ୍ ଦୂତୀଙ୍କ ପାଇଁ ୫୦ ହଜାର ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରିଥିଲେ । ରାଜ୍ୟ ସଚିବାଳୟ ଠାରେ ଏହି ଘୋଷଣା କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଅଦୃଢ ସଂକଳ୍ପ ଓ କଠିନ ପରିଶ୍ରମ ପାଇଁ ଦୂତୀ ଏହି ସଫଳତା ପାଇପାରିଛନ୍ତି । କ୍ରୀଡାବିତ୍ ମାନଙ୍କେୁ ପ୍ରୋତ୍ସାହିତ କରିବା ପାଇଁ ୨୦୧୭ରେ ଇଂଟରନ୍ୟାସନାଲ ଆସୋସିଏସନ୍ ଅଫ୍ ଆଥଲେଟିକ୍ ଫେଡେରେସନ୍ ଓ ଆଥଲେଟିକ୍ସ ଫେଡେରେସନ୍ ଅଫି୍ ଇଣ୍ଡିଆ ସହଯୋଗରେ ୨୨ ତମ ଏସିଆନ୍ ଆଥଲେଟିକ୍ ଚାମ୍ପିଅନସିପ୍ ଭୁବନେଶ୍ୱର ଠାରେ ଆୟୋଜନ କରାଯାଇଥିଲା । ଓଡିଶାରେ ଉନ୍ନତ ମାନର ଆଥଲେଟିକ୍ ଏକାଡେମୀ ପ୍ରତିଷ୍ଠା କରିବାପାଇଁ ଯୋଜନା କରାଯାଇଛି । ଖୁବ୍ ଶୀଘ୍ର ଏହାର ଉଦଘାଟନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସୂଚନାଯୋଗ୍ୟ ଯେ ୧୦୦ ମିଟର ବର୍ଗରେ ୧୯୯୮ ମସିହା ଏସିଆନ୍ ଗେମସ୍ ରେ ରଚିତା ପଣ୍ଡାମିସ୍ତ୍ରୀ ବ୍ରୋଂଜ ମେଡାଲ ପାଇଁ ଓଡିଶାକୁ ଗୌରାବନ୍ୱିତ କରିଥିଲେ ।