ଦୁର୍ଘଟଣାରେ ଜଣେ ମୃତ

Mar 18, 2019 - 06:03
 148
ଦୁର୍ଘଟଣାରେ ଜଣେ ମୃତ
ବାରିପଦା ୧୬/୩ (ସକାଳଖବର): ମୟୂରଭଞ୍ଜ ଜିଲ୍ଲା ଶାମୁଖଣ୍ଟା ବ୍ଲକର ତେଲିବିଲା ଛକ ନିକଟରେ ଆଜି ସନ୍ଧ୍ୟା ସମୟରେ ରାସ୍ତା ପାଶ୍ୱର୍ରେ ଥିବା ମିକ୍ସଚର ମେସିନକୁ ଏକ ବାଇକ ବାଡେ଼ଇ ହେବା ଫଳରେ ବାଇକ ଚାଳକ ସହିତ ପଛରେ ବସିଥିବା ଆରୋହୀ ଗୁରୁତ୍ତର ଭାବେ ଆହତ ହୋଇଥିଲେ । ଉଭୟଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦେବା ପାଇଁ ବାରିପଦା ପିଆରଏମ ସରକାରୀ ମେଡ଼ିକାଲ କଲେଜକୁ ଅଣାଯାଇଥିଲା । ଡ଼ାକ୍ତର ଜଣକୁ ରିସିଭ ଡେ଼ଥ ଘୋଷଣା କରିଥିଲେ । ପ୍ରାପ୍ତ ସୂଚନା ଅନୁସାରେ ପୋଡ଼ାଅସ୍ତିଆ ଲୁଲୁଙ୍ଗ ରାସ୍ତାର ନିର୍ମାଣ କାର୍ଯ୍ୟ ଚାଲିଛି । ଉକ୍ତ ରାସ୍ତା କାର୍ଯ୍ୟରେ ସିମେଣ୍ଟ, ବାଲି ଓ ଚିପ୍ସ ଆଦିକୁ ଗୋଳାଇବା ନିମନ୍ତେ ଠିକାଦାର ମିକ୍ସଚର ମେସିନକୁ ରାସ୍ତା ପାଶ୍ୱର୍ରେ ରଖିଥିଲେ । ଆଜି ଶାମାଖୁଣ୍ଟା ବ୍ଲକର ଜଗନ୍ନାଥପୁର ଗ୍ରାମର ରୁହିଆ ସିଂଙ୍କ ପୁଅ ମଙ୍ଗଳ ସିଂ ଓ ଭାଇ ମଧୁ ସିଂ ରଙ୍ଗାମାଟିଆ ହାଟରୁ ଘରର ସଉଦା କିଣି ବାଇକରେ ଘରକୁ ଫେରୁଥିବା ସମୟରେ ପୋଡ଼ାଅସ୍ତିଆ-ଲୁଲୁଙ୍ଗ ରାସ୍ତାର ଅସାବଧାନତା କାରଣରୁ ତେଲିବିଲା ଗ୍ରାମ ନିକଟରେ ମିକ୍ସଚର ମେସିନ ସହିତ ବାଡେ଼ଇ ହୋଇଥିଲେ । ଖବର ପାଇ ସଦର ଥାନା ପୁଲିସ ହସପିଟାଲରେ ପହଁଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଶବଗୃହରେ ରଖିଛି ଏବଂ ଥାନାରେ ଏକ ମାମଲା ମଧ୍ୟ ରୁଜୁ କରିଛି ।