ଦରକାର ପଡିଲେ ଗୋଟିଏ ଓଭରରେ ୪ ଛକା ଖାଅ, କିନ୍ତୁ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଜାରି ରଖ’

May 2, 2022 - 10:11
 58
ଦରକାର ପଡିଲେ ଗୋଟିଏ ଓଭରରେ ୪ ଛକା ଖାଅ, କିନ୍ତୁ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଜାରି ରଖ’
ମୁମ୍ୱାଇ ୦୨/୦୫: ଚେନ୍ନାଇ ସୁପର କିଙ୍ଗ୍ସ (CSK) ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୨ସିଜନରେ ତୃତୀୟ ବିଜୟ ହାସଲ କରିଛି । ରବିବାର ଖେଳାଯାଇଥିବା ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ (SRH) କୁ ୧୩ ରନ୍ ବ୍ୟବଧାନରେ ପରାସ୍ତ କରିଛି । ଅଧିନାୟକ ଭାବରେ ଏହି ବିଜୟ ସହିତ ମହେନ୍ଦ୍ର ସିଂ ଧୋନି ମଧ୍ୟ କମବ୍ୟାକ୍ କରିଛନ୍ତି । ଏହି ବିଜୟ ପାଇଁ ଚେନ୍ନାଇ ଦଳ ହୁଏତ ୨୦୨ ରନ୍ ସ୍କୋର କରିଥିଲା । ତଥାପି ହାଇଦ୍ରାବାଦ ଦଳ ମଧ୍ୟ ଏହାର ନିକଟବର୍ତ୍ତୀ ହୋଇଥିଲେ ସୁଦ୍ଧା ବିଜୟ ହାସଲ କରିନିଥିଲା । ଏଠାରେ କ୍ୟାପଟେନ ଧୋନି ତାଙ୍କ ଅଭିଜ୍ଞତା କାମ ଦେଇଥିଲା । ଯେଉଁଥିପାଇଁ ଦଳକୁ ବିଜୟ ହାସଲ ହୋଇଥିଲା । ବାସ୍ତବରେ ସେ ବୋଲରଙ୍କୁ ଗୁରୁମନ୍ତ୍ର ଦେଇଥିଲେ ।